ବାତ୍ୟା ଆଶ୍ରୟସ୍ଥଳୀର ଭିତ୍ତିପ୍ରସ୍ତର ସ୍ଥାପନ

 ନାଉଗାଁ  : ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନାଉଗାଁ ବ୍ଲକ୍ ଅନ୍ତର୍ଗତ ରୋହିଆ ପଞ୍ଚାୟତ ଆରଖକୁଦ ଗୋଠଦଣ୍ଡା ଠାରେ ୩କୋଟିରୁ ଅଧିକ ଟଙ୍କା ବିନିମୟରେ ଏକ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ବିଧାୟକ ଅମରେନ୍ଦ୍ର ଦାସଙ୍କ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉକ୍ତ ଆଶ୍ରୟସ୍ଥଳିଟି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ହେଉଥିବା ବିବାହ, ବ୍ରତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ କାର୍ଯ୍ୟରେ ଲାଗିବ । କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନିରୁଦ୍ଧ ଦୋରା, ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି ପଦ୍ମଚରଣ ରାଉତ, ସମିତିସଭ୍ୟାଙ୍କ ପ୍ରତିନିଧି କ୍ଷୀରୋଦ ରାଉତ, ଯୁବସମାଜସେବୀ ସୌମ୍ୟରଞ୍ଜନ ମହାନ୍ତି, ଦେବୀପ୍ରସାଦ ପାଢ଼ୀ, ଦୀପକ ମହାନ୍ତିଙ୍କ ସମେତ ବିଜେପି କର୍ମୀ ଉପସ୍ଥିତ ଥିଲେ ।