ଏହା ଆମ ସଂସ୍କୃତି ଓ ଅସ୍ମିତାର ପରିଚୟ: ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ରାଜାରାଣୀ ସଂଗୀତ ମହୋସôବ, ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋସôବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋସôବ । ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋସôବରେ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ସମେତ ଶାସ୍ତ୍ରୀୟ ସଂଗୀତ ମଧ୍ୟ ପରିବେଷଣ କରାଯିବ ।
ରବୀନ୍ଦ୍ର ମଣ୍ଡପ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋସôବ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରାଜାରାଣୀ ସଂଗୀତ ମହୋସôବ ଏବଂ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋସôବ ଅନୁଷ୍ଠିତ ହେବ । ଚଳିତବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋସôବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ କୁମ୍କୁମ୍ ମହାନ୍ତି, ଇଲିଆନା ସିତାରିଷ୍ଟ, ଦୁର୍ଗାଚରଣ ରଣବୀର , ଝେଲମ ପରାଂଜପେ, ଶୋରେନ୍ ଲୋୱେନ୍ ଆଦି ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋସôବର ଇତିହାସ ଏବଂ ବିଶେଷତ୍ୱକୁ ନେଇ ଏକ ଫଟୋଚିତ୍ର ପ୍ରଦାର୍ଶନୀର ମଧ୍ୟ ଆୟୋଜନ କରାଯିବ । ଏଥିସହ ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋସôବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା ଏକକ, ଦ୍ୱେତ ଏବଂ ଦଳଗତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହେବାକୁ ଥିବା ବେଳେ ରାଜାରାଣୀ ସଂଗୀତ ମହୋସôବରେ ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଏବଂ ଓଡ଼ିଶୀ ସଂଗୀତ ପରିବେଷଣ କରାଯିବ ।
ଏହା ଦ୍ୱାରା ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଅତିଥିମାନେ ମଧ୍ୟ ଆମ ଶାସ୍ତ୍ରୀୟ ନୃତ୍ୟ ଏବଂ ସଂଗୀତ ସହିତ ଆମ ସଂସ୍କୃତି ଓ ଗୌରବମୟ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ । ଏଥିସହ ମହୋସôବର ଆୟୋଜନ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ଆମ କଳା ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତ ପ୍ରକାଶ କରିଥିଲେ ।