ବିଧାୟକଙ୍କ କାର୍ଯ୍ୟ ସମୀକ୍ଷା

 ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାୟକ ତଙ୍କାଧର ତ୍ରିପାଠୀ ମଙ୍ଗଳବାର ସକାଳେ କୋଲାବିରା ବ୍ଲକକୁ ଯାଇ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି କ୍ରମରେ ବିଧାୟକ ଦ୍ୱାରା ପରମାଣପୁର ପଞ୍ଚାୟତର ପତ୍ରାପାଲି ଭଣ୍ଡାରିବନ୍ଧ, ରଘୁନାଥପାଲି ପଞ୍ଚାୟତର ସୁନାଝରିଆ ଗାଁର ଖଜୁରୀବନ୍ଧ, ବୁଟୁପାଲି ଗାଁର ଦେମୁଳବନ୍ଧ, କୋଲାବିରା ପଞ୍ଚାୟତର ଜମିଦାର ବନ୍ଧ ଓ ପଞ୍ଚାୟତ ପାଖ ବନ୍ଧ, ସମାସିଂହା ପଞ୍ଚାୟତର ବେଲମୁଣ୍ଡା ଗାଁର ରୋହିଦାସ ପଡା ବନ୍ଧର କାର୍ଯ୍ୟ ସ୍ଥଳ ପିଦର୍ଶନ କରିଥିଲେ । ଏହି ଅବସରରେ ବ୍ଲକ କୋଲାବିରା ବ୍ଲକ ବିଡ଼ିଓ ଅଶୋକ କୁମାର ମାଝି, ସମସ୍ତ ଜେଇ ସମେତ ବ୍ଲକ କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାସ, ସାଂସଦ ନୋମିନି ସମରେନ୍ଦ୍ର ରାୟ, ସଂଜୟ ପୁଜାରୀ, ଲିଙ୍କନ ଟଣ୍ଡକାର ଓ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।