ବିଜାପାଲି ଗୁଣି ଗାରେଡ଼ି ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ବିଜାପାଲି ଗ୍ରାମରେ ୨୦୧୭ ମସିହା ମାର୍ଚ୍ଚ ୨ ତାରିଖରେ ଜଣେ ଅସୁସ୍ଥ କଲେଜ ଛାତ୍ରୀଙ୍କ ଚିକିତ୍ସା କରିବାକୁ ଯାଇ ତାଙ୍କ ଉପରେ ଶିବ ତାଣ୍ଡବ ନୃତ୍ୟ କରାଯାଇଥିଲା । ଏହି ଘଟଣାରେ ଯୁବତୀ ସଂଯୁକ୍ତା ଜୟପୂରିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଶିବ ତାଣ୍ଡବ କରିଥିବା ୨ ଯୁବତୀ, ତାଙ୍କର ୩ ସହଯୋଗୀ ଓ ଛାତ୍ରୀଙ୍କ ବାପ ମାଙ୍କୁ ଗିରଫ କରିଥିଲା । ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଉକ୍ତ ୨ ଯୁବତୀଙ୍କ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଛାତ୍ରୀଙ୍କ ବାପ ମା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ ସୌଦାମିନୀ ଜୟପୁରିଆ(୨୨), ସନ୍ତୋଷିନୀ ଜୟପୁରିଆ(୨୩), ନବୀନ ଭୋଇ(୨୨), ସହଦେବ ଜୟପୁରିଆ(୧୯), ଅକ୍ଷୟ ଜୟପୁରିଆ(୧୯)।