ବିଧାୟକଙ୍କ ଚାଷଜମି ପରିଦର୍ଶନ
କେନ୍ଦ୍ରାପଡ଼ା: ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲୁଥିବାରୁ କେନ୍ଦ୍ରାପଡା ଜିଲ୍ଲାର ପଂଚୁପାଣ୍ଡବଠାରୁ ମଶାକଣି ପର୍ଯ୍ୟନ୍ତ ଜାତୀୟ ରାଜପଥ କଡରେ ଥିବା କରନାଳୀ, ନାଳ ଓ ଡ୍ରେନ୍ ବନ୍ଦ ହୋଇଯାଇଥିବାରୁ ଚାଷଜମି ଗୁଡିକରୁ ଜଳ ନିଷ୍କାସନ ହୋଇପାରୁନାହିଁ । ଯାହାଫଳରେ ହଜାର ହଜାର ଏକର ଚାଷ ଜମି ନଷ୍ଟ ହେବା ସହ ଚାଷୀମାନେ ଚାଷ କରିନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିଧାୟକ ଗଣେଶ୍ୱର ବେହେରା ଜାତୀୟ ରାଜପଥର ଛତା, ଦୁହୁରିଆ, ଓଲଢି, ଛଗରିଆ, ଶ୍ୟାମସୁନ୍ଦରପୁର ଆଦି ଅଂଚଳ ପରିଦର୍ଶନ କରି ଜାତୀୟ ରାଜପଥର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଜଳ ନିଷ୍କାସନ କରିବା ସମ୍ପର୍କରେ ଆଲୋଚନା କରି ତୁରନ୍ତ ଚାଷ ଜମିରୁ ଜଳ ନିଷ୍କାସନ ପଥ ଅବରୋଧ କରିଥିବା ମାଟି ଉଠାଇ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ତାଙ୍କର ଏହି ଆଲୋଚନା ସମୟରେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଂଜନ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସ୍ଥାନୀୟ ସରପଂଚ ଓ ଅଞ୍ଜନା ପଲାଇଙ୍କ ସହ ବହୁ ସଂଖ୍ୟକ ଚାଷୀ ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀମାନେ ଉପସ୍ଥିତ ଥିଲେ ।