ସୁଜନପୁର କଲେଜ ଇଂରାଜୀ ବିଭାଗର ଆଲୋଚନାଚକ୍ର

ସୁଜନପୁର ପଞ୍ଚାୟତ ଆଞ୍ଚଳିକ ମହାବିଦ୍ୟାଳୟ ଇଂରାଜୀ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।  ଆଲୋଚନା ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସିମନ୍ତଭାନୁ ଦାସ ଉଦଘାଟନ କରିଥିଲେ । "ଇଂରାଜୀ ସାହିତ୍ୟରେ ନାଟକୀୟତା’ ଶୀର୍ଷକ ଆଲୋଚନା ସଭାରେ ଅତିଥି ଭାବେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ବିଜୟ କୁମାର ଦାଶ, ପ୍ରଫେସର ମନୋରଞ୍ଜନ ମହାନ୍ତି ଯୋଗଦେଇ ଇଂରାଜୀ ନାଟକୀୟ ସେକ୍ସପିଅରଙ୍କ ବିବେକ ବିଚାର ଓ ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ବିଭାଗର ବିଭାଗୀୟ ମୁଖ୍ୟ ଡ଼ ଆରତୀ କୁମାରୀ ଠାକୁର ଇଂରାଜୀ ସାହିତ୍ୟରେ ନାଟକୀୟତା ର ବିଶେଷତ୍ୱ ଉପରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଆଲୋଚନା ଚକ୍ରରେ ଇଂରାଜୀ ବିଭାଗର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜର ବିଷୟ ବସ୍ତୁ ପାଠ କରିଥିଲେ । କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ଅମୃତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।