ବିପୁଳ ପରିମାଣର ବିସ୍ଫୋରକ ବାଣ ଜବତ
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ତେରେସିଂହା ପଞ୍ଚାୟତ ବେଲପଡ଼ାର ଜନୈକ ବ୍ୟବସାୟୀ ରାକେଶ କେଡିଆଙ୍କ କଲୋନୀପଡ଼ାସ୍ଥିତ ଦୋକାନ ଗୋଦାମ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି। ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କ ସ୍ବତନ୍ତ୍ର ଟିମ୍ ରବିବାର ପୂର୍ବାହ୍ନରେ ବ୍ୟବସାୟୀଙ୍କ ଦୋକାନ ଘରେ ରେଡ୍ କରିଛନ୍ତି। ପାୟ ୧ ଲକ୍ଷ ୫୦ ହଜାରରୁ ଅଧିକ ଜବତ ହୋଇଥିବା ଫାଣ୍ତି ଅଧିକାରୀ ମନୁଆ ବିଡ଼ିକା ସୁଚନା ଦେଇଛନ୍ତି। ଏଥିରେ ଫାଣ୍ତି ଅଧିକାରୀ ସମେତ କନଷ୍ଟେବଳ ଭୁବନେଶ୍ୱର ମାଝୀ ସଂଜୀବ ସାହୁ, ଜ୍ୟୋତିର୍ମୟ ମହାନନ୍ଦ, କୈଳାସ ପୁଟେଲ ପ୍ରମୁଖ ରେଡ୍ କରିବାରେ ସାମିଲ ଥିଲେ। କିଛିଦିନ ପୂର୍ବେ ବୌଦ୍ଧ ଜିଲାର ବାଣ ବିସ୍ଫୋରଣ ଘଟଣା ସାରାରାଜ୍ୟରେ ଚହଳ ପକାଇ ଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବର୍ତ୍ତମାନ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ରବିବାର ପୂର୍ବାହ୍ନରେ ରିଷିଡ଼ା ପୋଲିସ ରାକେଶ କେଡ଼ିଆ ଦୋକାନ ଗୋଦାମ ଘରେ ଚଢ଼ାଉ କରି ବହୁ ପରିମାଣର ବାଣ ଜବତ କରିଥିଲା।