ଅସ୍ୱାଭାବିକ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର: ଅସ୍ୱାଭାବିକ ମୃତ୍ୟୁର ହେବ ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ମୃତଦେହର ବ୍ୟବଚ୍ଛେଦ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଲୋକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି ।
ସେପଟେ ମୃତକଙ୍କ ପରିବାର ପକ୍ଷରୁ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସତ୍ୟସତ୍ୟ ଅନୁଧ୍ୟାନ ପାଇଁ ପାଇଁ ସୁନ୍ଦରଗଡରୁ ରାଉରକେଲାକୁ ଯାଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଟିମ୍ ବାହାରିଛି । ଏହି ଟିମ୍ ରାଉରକେଲା ଯାଇ ସଂପୂର୍ଣ୍ଣ ଘଟଣାର ପୁଂଖାନୁପୁଙ୍ଖ ତଦନ୍ତ କରିବେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି ।