ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ 

ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ 


ଜୟପୁର - ବିବାହର ପ୍ରଲୋଭନ ଦେଖାଇ ଜଣେ ପରିତ୍ୟକ୍ତା ମହିଳାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକକୁ ଗିରଫ କରିଛି ଜୟପୁର ମହିଳା ପୋଲିସ  । ଗିରଫ ଅଭିଯୁକ୍ତ ଜଣକ ହେଲା ସେମିଳିଗୁଡା ଅଂଚଳର ଜଗନ୍ନାଥ ଖରା (୩୦)  । ପୋଲିସ ସୂଚନା ଅନୁଯାଇ ସେମିଳିଗୁଡା ଅଂଚଳର ଜଗନ୍ନାଥ ଖରା (୩୦) ସେ ବିବାହିତ ହୋଇଥିବା ବେଳେ ୩ଟି ସନ୍ତାନର ଜନକ  । କିନ୍ତୁ ଅଭିଯୁକ୍ତ ଜଣକ ପରିତ୍ୟକ୍ତା ମହିଳାକୁ ବିବାହ କରିବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗକୁ ଭିତି କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା  । ତଦନ୍ତରେ ଜାଣି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ମହିଳା ପୋଲିସ ତରଫରୁ ସୂଚନା ଦିଆଯାଇଛି  ।