ସମାପ୍ତ ହେବାର ନାଁ ନେଉନି ଗିର୍ଲିଗୁମ୍ମା ପୋଲକାମ

କୋରାପୁଟ: ପାଞ୍ଚସରି ୬ ବର୍ଷ ·ଳୁଛି ସରୁନି ପୋଲ  ନିର୍ମାଣ । ହେଲେ  ୧୫ ଖଣ୍ଡ ଗ୍ରାମବାସୀ ଦୁର୍ଦ୍ଦଶାରେ ହନ୍ତସନ୍ତ । ପ୍ରଶାସନର ଦଖା ମିଳୁନାହିଁ । ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । ସରକାରଙ୍କ ସମୟ ସୀମା ୫ ବର୍ଷ ଥିବା ବେଳେ ଏଠି ତାହାର ଅନ୍ୟ ରୂପ ଦେଖି ବାକୁ ମିଳିଛି । ଗାଁକୁ ଭଲ ପକ୍କା ରାସ୍ତା ଟିଏ ନିର୍ମାଣ କରିବା ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ବିକାଶ ପାଇଁ ଯେତିକି ତତ୍ପର ଅଛନ୍ତି, ସେତିକି ତତ୍ପରତା ଦେଖାଉ ନାହାନ୍ତି ବିଭାଗୀୟ ଅଧିକାରୀ । ଫଳରେ ସରକାରଙ୍କ ପ୍ରତିଶୃତି ଫେଲ ମାରିବା ସହ, ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି  ଅଞ୍ଚଳବାସୀ । ଏହାର ନଗ୍ନ ଉଦାହରଣ ସ୍ୱରୂପ ଦୃଶ୍ୟମାନ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ସଦର ପଞ୍ଚାୟତ ନିକଟରେ ·ଲୁଥିବା ରାସ୍ତାର ପୋଲ ନିର୍ମାଣ କାମ । ଅଞ୍ଚଳବାସୀ କହିବା ଅନୁସାରେ ଆଜକୁ ପ୍ରାୟ ୫ ବର୍ଷ ପୁରିବ ସିନା ଏହି ରାସ୍ତାର ପୋଲ ନିର୍ମାଣ କାମ କେବେ ସରିବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରାସ୍ତା ଦେଇ ଦୈନିକ ଶହଶହ ଯାନବାହନ ଯାତାୟତ କରିଥାନ୍ତି । ହେଲେ ଯେଉଁ ଡାଇଭରସନ୍ ଦିଆଯାଇଛି ତାହା ମଧ୍ୟ ଦୁଇ ପାଶ୍ୱର୍ରେ ବଡ଼ ବଡ଼ ଖାଇ, ଆଉ ମଝିରେ କାଦୁଅ । ବର୍ଷା ହେଲେ ଏହି ରାସ୍ତା ରେ କିଏ ତ ·ଲି ·ଲି ପଢୁଛି ଆଉ କିଏ ତ ବାଇକ୍ରୁ ପଢୁଛି ଏବଂ ଆଉ କିଏ ତ ବଡ଼ ଧରଣର ଗାଡ଼ି ଆଣି ମଝିରେ ରହିଯାଉଛି । ପ୍ରଶାସନ ଓ ଠିକାଦାର କାମ ସାଇଡ଼କୁ ଆଶୁନାହାନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏହି କାମର ସୂଚନାଫଳକ ଲଗାଯାଇ ନାହିଁ । କିନ୍ତୁ ସୂଚନା ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଶେଷ ହେବାର ନାଁ ନେଉନି । ଏହିପରି ବହୁତ ·ଲାକ୍ ଚତୁରରେ ପ୍ରଶାସନିକ କୁ ଠିକାଦାର ବାହାରେ ଥାଇ କାମକୁ ତର୍ଜମା କରୁଛନ୍ତି । ଏବାବଦରେ ଠିକାଦାର ଗଜେନ୍ଦ୍ର ନାୟକଙ୍କୁ ସାମ୍ନା ସାମ୍ନି ପ·ରିବାରୁ ସେ କହିଥିଲେ ଆପଣଙ୍କ ଏରିଆର ପ୍ରଶାସନର ଜେଇ ଓ ଏଇ ଠିକ୍ ନାହିଁ ତେଣୁ କରି ଏହି ରାସ୍ତାକାମ ବିଲମ୍ବରେ କରାଯାଉଅଛି ବୋଲି ତୀବ୍ରତା ସହ  ପ୍ରଶାସନଙ୍କୁ ନିନ୍ଦା କରିଛନ୍ତି ଠିକାଦାର । ଏହା ଶୁଣିବା ପରେ ଏ ସମ୍ପର୍କରେ ବିଭାଗୀୟ ଜେଇ ଲଳିତ କୁମାର ମହନ୍ତ ଏବଂ ଏଇ ଭାଗିରଥି ପାଢ଼ୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ  କରିଥିଲେ ସୁଦ୍ଧା ତାହା ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା ।  ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।