ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା
କେନ୍ଦ୍ରାପଡା
ତୁଳସୀ କ୍ଷେତ୍ରାଧିପତି ସିଦ୍ଧ ବଳଦେବଜୀଉଙ୍କ ବାହୁଡା ଯାତ୍ରା ନୀତି ସମ୍ପନ୍ନ ହୋଇଛି । କେନ୍ଦ୍ରାପଡାର ପରମ୍ପରା ଅନୁଯାଇୟୀ ବାହୁଡାର ଦି୍ୱତୀୟ ଦିନରେ ରଥ ଟଣା ଆରମ୍ଭ ହୋଇ ସିଂହଦ୍ୱାର ଚକଡାରେ ଲାଗିଥାଏ । ଶ୍ରୀ ଜୀଉ ମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହେବା ପୂର୍ବରୁ ରଥକୁ ଦକ୍ଷିଣ ମୋଡ କରାଯାଇ ସିଂହଦ୍ୱାର ଅଭିମୁଖେ ରଖା ଯାଇଛି । ଦିଅଁଙ୍କ ପହଣ୍ଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁ ରଥକୁ ଦକ୍ଷିଣ ମୋଡ କରିଥିଲେ । ଆଜି ବାହୁଡା ଦଶମୀ ତିଥି ଥିବାରୁ ଦିଅଁଙ୍କ ନୀତିକାନ୍ତି, ସେବାପୂଜା ବିଧି ପୂର୍ବକ କରାଯାଇ ପହଁଣ୍ଡି ବିଜେ ପାଇଁ ସେନାପଟା କରାଯାଇ ଥିଲା । ମଙ୍ଗଳାର୍ପଣ କରାଯିବା ସହ ଦିଅଁଙ୍କୁ ଗୋଟି ପହଁଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଛି । ପହଣ୍ଡି ବିଜେ ନୀତି ଦେଖିବାକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଉସôାହ ଉଦୀପନାର ସହ ହରିବୋଲ, ହୁଳହୁଳି ଧ୍ୱନୀ ଦେଇ ଓ ସଂର୍କୀତନ ମଣ୍ଡଳୀ ସହ ଚୁତୁର୍ଦ୍ଧା ମୂର୍ତିଙ୍କ ପହଁଣ୍ଡି ବିଜେ ଦର୍ଶନ କରିଥିଲେ ।
କଟକ
କଟକ ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରର ଶନିବାର ବାହୁଡ଼ା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଦୋଳମୁଣ୍ଡାଇ, ଯୋବ୍ରା, ରାଣୀହାଟ, ଚାନ୍ଦିନୀଚୌକ ଓ ମହାନଦୀବିହାର ସମେତ ସହରର ଅନ୍ୟାନ୍ୟ ମନ୍ଦିରରେ ବାହୁଡ଼ା ଯାତ୍ରା ନିମନ୍ତେ ପ୍ରାତଃ ସମୟରୁ ଅପରାହ୍ନ ମଧ୍ୟରେ ବିଭିନ୍ନ ନୀତିକାନ୍ତି ଶେଷ ହୋଇଥିଲା । ଏହାପରେ ବିଗ୍ରହମାନଙ୍କୁ ପହଣ୍ଡିରେ ନେଇ ରଥାରୁଢ଼ କରାଯାଇଥିଲା । ପରେ ବିଧି ମୁତାବକ ରଥ ଉପରେ ଛେରା ପହଁରା ପରେ ଗୁଣ୍ଡିଚା ମନ୍ଦିରରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳାହୁଳି, ଘଣ୍ଟ ଓ ଶଙ୍ଖ ଧ୍ୱନିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଝିପିଝିପି ବର୍ଷା ସତ୍ତ୍ୱେ ପାଖାପାଖି ୨୦ହଜାର ଭକ୍ତ ଯାତ୍ରାରେ ଉପସ୍ଥିତ ରହି ରଥ ଟାଣିଥିଲେ । ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୬ଜଣ ଅଧିକାରୀ ନିୟୋଜିତ ହୋଇଥିଲେ ।
ସମ୍ବଲପୁର
ମନ୍ଦିରମୟ ସମ୍ବଲପୁର ସହରରେ ମହାଆଡ଼ମ୍ବରରେ ପବିତ୍ର ବାହୁଡ଼ା ଯାତ୍ରା ଆରମ୍ଭ ହୋଇଛି । ଶ୍ରୀ ଗୁଣ୍ଡି· ମନ୍ଦିରରୁ ପହଣ୍ଡିରେ ବିଗ୍ରହମାନଙ୍କୁ ରଥାରୂଢ଼ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସହରର ୨୫ଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ କରାଯାଇଛି । ରଥାରୂଢ଼ ବିଗ୍ରହମାନଙ୍କୁ ଦର୍ଶନ କରିବା ପାଇଁ ରଥ ଗୁଡିକ ପାଖରେ ଭକ୍ତମାନଙ୍କ ବ୍ୟାପକ ଗହଳି ପରିଲକ୍ଷିତ ହୋଇଥିଲା । ଏହି ଉପଲକ୍ଷେ ରଥରେ ଆସୀନ ହୋଇ ଚତୁର୍ଦ୍ଧା ମୂର୍ତ୍ତି ବାହୁଡ଼ା ଯାତ୍ରାରେ ଯାଉଥିବାବେଳେ ବାଟରେ ଶ୍ରଦ୍ଧାଳୁମାନେ ପୂଜା ଓ ଆଳତି କରିଥିଲେ । ଏଠାରେ ବାହୁଡ଼ା ଯାତ୍ରା ଦୁଇଦିନ ଧରି ·ଲିଥାଏ । ଆସନ୍ତାକାଲି ପୁନର୍ବାର ରଥଟଣା ଆରମ୍ଭ ହେବ । ଚତୁର୍ଦ୍ଧାମୂର୍ତ୍ତି ରଥରେ ମନ୍ଦିରକୁ ଆସିବେ । ଝାଡ଼ୁଆପଡ଼ା ଠାରେ ଆଗାମୀ ୬ ତାରିଖ ରବିବାର ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥ ଉପରେ ସୁନା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ରଥାରୁଢ ଚତୁର୍ଦ୍ଧାମର୍ତ୍ତିଙ୍କ ସୁନାବେଶ ପରେ ସୋମବାର ସନ୍ଧ୍ୟାରେ ଅଧରପଣା ଓ ରସଗୋଲା ଭୋଗ ଲାଗି ହେବ । ପରେ ବଚନିକା ମଧ୍ୟରେ ବିଗ୍ରହମାନେ ଗମ୍ଭୀରା ବିଜେ କରିବେ ।
ଏରସମା
ଏରସମା ବ୍ଲକ ଗଡକୁଜଙ୍ଗର ପ୍ରଶିଦ୍ଧ ସୁଭଦ୍ରା କ୍ଷେତ୍ରରେ ଶନିବାର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂନ୍ଧ୍ୟାରେ କୁଞ୍ଜବିହାରୀ ମହାପ୍ରଭୁଙ୍କ ରଥ ସିଂହ ଦ୍ୱାରରେ ପହଞ୍ଚିଛନ୍ତି । ଆଜି ଅପରାହ୍ନରେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ କୁଞ୍ଜବିହାରୀଙ୍କ ରଥ ସିଂହ ଦ୍ୱାରରେ ପହଞ୍ଚିଛନ୍ତି । ଆଜିର ବାହୁଡ଼ା ଯାତ୍ରାରେ ବାଲିତୁଠ ଆଦର୍ଶ କଳାବିକାଶ କେନ୍ଦ୍ରର କୁନିକୁନି କଳାକାର ମାନେ ଓଡିଶି ନୃତ୍ୟ ପରିବେଷଣ କରିଥିଲେ । ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ ।
ଭଣ୍ଡାରିପୋଖରୀ
ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଭଣ୍ଡାରିପୋଖରୀ ବ୍ଲକର ପୁରପଲ୍ଲୀରେ ଅନୁଷ୍ଠିତ ହୋଇଛି । ମଞ୍ଜୁରୀ ବଳଦେବଜୀଉ ମନ୍ଦିରରେ ଅନୁଷ୍ଠିତ ବାହୁଡା ଯାତ୍ରାରେ ଚୌଧୁରୀ ଦେବପ୍ରସାଦ ରାୟ ମହାପାତ୍ର ଛେରାପହରା କରିଥିଲେ । ଅଧିକାରୀ ପ୍ରଫୁଲ୍ଲ ଦାସ, ଫକିର ଚରଣ ଧଳ, ପୂଜକ ଗଦାଧର ମିଶ୍ର ଓ ରଘୁନାଥ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପାରମ୍ପାରିକ ରୀତିନୀତି ଅନୁଯାୟୀ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାଉସୀ ମା’ ମନ୍ଦିରରୁ ରଥ ଟାଣିଥିଲେ । ଗ୍ରାମବାସୀମାନେ ଯାତ୍ରାକାର୍ଯ୍ୟ ପରିଚାଳନା କରିଥିଲେ ।
ସେହିପରି ବ୍ଲକର କୁରାଢ଼ିଆପଦା ଜଗନ୍ନାଥ ମନ୍ଦିର ଓ କୁରିଗାଁଠାରେ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଛି । ନାଆମୀ ପଞ୍ଚାୟତର ସୋଲାପୁର ଶ୍ରୀଜଗନ୍ନାଥ ମନ୍ଦିରରେ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ଛେରାପହରା କାର୍ଯ୍ୟ ସମ୍ପାଦନ କରିଥିଲେ । ବୟାବନାପୁର ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଭରତ ଚନ୍ଦ୍ର ମହାଳିକଙ୍କ ସହ ଗ୍ରାମବାସୀମାନେ ବିଧିମତେ ବାହୁଡା ଯାତ୍ରା ସମ୍ପାଦନା କରିଥିଲେ । ସରପଞ୍ଚ ମିନତୀ ସାହୁ ପ୍ରମୁଖ ରଥଟଣା କାର୍ଯ୍ୟ ତଦାରଖ କରିଥିଲେ । ଏକବୋଲା ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା । ତେସିଙ୍ଗା ପଞ୍ଚାୟତର ବନସ୍ତା, କୁରିଗାଁ, ଝୁଟଣା ଓ ରାଜେନ୍ଦ୍ରପୁର ପଞ୍ଚାୟତର ଅଗେଇବେହେରା, ରାଜେନ୍ଦ୍ରପୁର, ଦେଓପଦା, ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା, ସଁପୋଇ, ମୋବାରକପୁର, ମାଳଦା, ଚତୁର୍ଭୁଜପୁର ଆଦି ସ୍ଥାନରେ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଛି ।
ଅନୁଗୁଳ
ଦେବଭୂମି ଜିନ୍ଦଲ ନଗରରେ ବାହୁଡା ଯାତ୍ରା ବେଶ ଆଧ୍ୟାତ୍ମିକ ଓ ଭକ୍ତି ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଦେବଭୂମିର ପ୍ରଥମ ସେବିକା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ତଥା କୁରୁକ୍ଷେତ୍ରରୁ ୩ଥର ନିର୍ବାଚିତ ହୋଇଥିବା ସାଂସଦ ନବୀନ ଜିନ୍ଦଲଙ୍କ ପନôୀ ଶାଲୁ ଜିନ୍ଦଲ ଶ୍ରଦ୍ଧା ଓ ସମର୍ପଣର ସହ ଛେରାପହଁରା ଓ ପହଣ୍ଡି ନୀତି ତୁଲାଇଥିଲେ । ଏହା ପୂର୍ବରୁ ଭୋର ୫ଟା ସମୟରେ ମନ୍ଦିରର ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆରତୀ, ମଇଲମ, ତଡପ ଲାଗି, ଅବକାଶ ନୀତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକାନ୍ତ ଜୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା । ବାହୁଡ଼ା ଯାତ୍ରା ଅବସରରେ ଜିନ୍ଦଲ ନଗର ବାସିନ୍ଦାଙ୍କ ସମେତ ଆଖପାଖ ଗ୍ରାମ ଗୁଡ଼ିକରୁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଭକ୍ତମାନେ ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ରଙ୍କ ରଥ ଗୁଡ଼ିକୁ ଉସôାହ ଉଦ୍ଦୀପନାର ସହ ଟାଣିଥିଲେ । ଚତୁର୍ଦ୍ଧାମୂର୍ତ୍ତି ଆସନ୍ତା ତିନି ଦିନ ଯାଏ ରଥ ଉପରେ ରହିବେ । ରବିବାର, ସୋମବାର ଓ ମଙ୍ଗଳବାର ଯଥାକ୍ରମେ ସୁନାବେଶ, ଅଧରପଣା ଏବଂ ନୀଳାନ୍ଦ୍ରି ବିଜେ ନୀତି ସମ୍ପନ ହେବ । ଏହି ତିନି ଦିନ ଧରି ଭକ୍ତମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦ ଲାଭ କରିପାରିବେ ।
ଢେଙ୍କାନାଳ
ଆଡପ ମଣ୍ଡପରେ ଲୀଳାଖେଳା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡଠାକୁର ବାହୁଡା ଯାତ୍ରାରେ ଶ୍ରୀ ମନ୍ଦିର ଅଭିମୁଖେ ବାହାରି ଆଜି ରଥଗଡା ଠାରେ ପହଂଚିଯାଇଛନ୍ତି । ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବଡ ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ମହାପ୍ରଭୁ ଅପରାହ୍ନ ୩ ଟାରେ ବାହାରିଥିଲେ । ବାଜିଚୌକ ସ୍ଥିତ ଜନ୍ମବେଦୀ(ଆଡପ ମଣ୍ଡପ) ଠାରୁ ରଥ ବାହାରିବା ପରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷାରେ ଶ୍ରଦ୍ଧାଳୁମାନେ ଉଭୟ ରଥକୁ ଶ୍ରଦ୍ଧାର ସହ ଟାଣିଥିଲେ । ରଥର ଘର ଘର ଶବ୍ଦ, ହରିବୋଲ, ହୁଳହୁଳି ଏବଂ ଜୟଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇଥିଲା । ନିର୍ଦ୍ଧାରୀତ ସମୟ ପୂର୍ବରୁ ଆଜି ବଡରଥ ରଥଗଡା ଠାରେ ପହଂଚିଯାଇଥିଲେ । ଆସନ୍ତାକାଲି ୬ ତାରିଖରେ ରଥ ଉପରେ ମହାପ୍ରଭୁ, ହରିଶୟନ ଏକାଦଶୀ ବ୍ରତ ପାଳନ କରି ସନ୍ଧ୍ୟାରେ ସୁନାବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ । ଆସନ୍ତା ଦ୍ୱାଦଶୀ ତିଥି ୭ ତାରିଖ ସଂଧ୍ୟାରେ ମହାପ୍ରଭୁ ପୁନର୍ବାର ପହଣ୍ଡିବିଜେରେ ଶ୍ରୀ ମନ୍ଦିର ରନôବେଦୀକୁ ପ୍ରତ୍ୟାବର୍ତନ କରିବେ ।
ବୁଗୁଡା
ବୁଗୁଡ଼ାରେ ବାହୁଡ଼ା ଯାତ୍ରା ସମ୍ପୂର୍ଣ୍ଣ ହୋଇଛି । ଭକ୍ତଙ୍କ ଗହଣରେ ରଥ ଟଣା ହୋଇଥିବା ବେଳେ ମଝିଦାଣ୍ଡରେ ରଥ ଅଟକିଛି । ଶନିବାର ଅପରାହ୍ନରେ ପୁରୋହିତ ସିମାଞ୍ଚଳ ପଣ୍ଡାଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହା ପରେ ମନ୍ଦିର ପୂଜକମାନେ ବାଦ୍ୟ ବାଜଣା ସହ ମହନ୍ତ ରବି ନାରାୟଣ ଦାଶଙ୍କୁ ଆମନ୍ତ୍ରଣ କରି ବରଣ କରିଥିଲେ । ତାହା ପରେ ବଳଦେବ, ସୁଭଦ୍ରା, ଜଗନ୍ନାଥ ତିନି ଠାକୁରଙ୍କର ଆଳତି କରାଯାଇ ପହଣ୍ଡି ବିଜେ ମାଧ୍ୟମରେ ସେମାନଙ୍କୁ ରଥାରୁଢ କରାଯାଇଥିଲା । ରଥ ଉପରେ ନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଆଳତି କରାଯିବା ସହ ମହନ୍ତଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ହୋଇଥିଲା । ଏହାପରେ ଭକ୍ତମାନେ ଉସôାହର ସହ ହରିବୋଲ , ହୁଳହୁଳି ପକାଇ ଠାକୁରଙ୍କ ରଥକୁ ଟାଣି ମଝିଦାଣ୍ଡରେ ପହଞ୍ଚାଇଥିଲେ । ରଥଯାତ୍ରା ପରିଚାଳନା କମିଟିର ସଂପାଦକ ଶରତ ଚନ୍ଦ୍ର ମହାରଣାଙ୍କ ସମେତ ଅନ୍ୟ ସଦସ୍ୟଗଣ ଏବଂ ମନ୍ଦିରର ପୂଜକ, ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ ହୋଇଥିଲେ ।
ଜୟପୁର
ଶ୍ରୀଜୀଉ ମାନଙ୍କ ବାହୁଡାÿ ଯାତ୍ରାରେ ମାଉସୀ ମା ମନ୍ଦିର ସହରର ଶ୍ରୀ ଚୈତନ୍ୟ ମନ୍ଦିର ଠାରେ ପୋଡପିଠା ଭୋଗ ଦେବାପାଇଁ ପ୍ରସ୍ତୁତ ହୋଇ ରୋହିଛନ୍ତି ଶ୍ରୀଚୈତନ୍ୟ ମନ୍ଦିର ଉନ୍ନୟନ କମିଟି ସଦସ୍ୟ । ତୁଳସୀ ମାଳ, ଦୀପ ଧୂପ ସହ ପୋଡପିଠା, ପୂଳି, ବୋଲ୍ଲଭ, ଖାଜା, ବୁନ୍ଦି, ଉଖୁଡା, ଦେଶୀ କଦଳୀ, ସପୁରୀ, ନଡିଆ, ଛେନାପୋଡ଼, ଆଡିଶା, ପୁର କାକରା ଇତ୍ୟାଦି ପ୍ରସ୍ତୁତ କରି ଅପେକ୍ଷା କରିଛନ୍ତି ଶ୍ରୀଜୀଉ ମାନଙ୍କୁ । ବାହୁଡାÿରେ ରଥ ଟାଣିବା ସାମାନ୍ୟ ବିଳମ୍ବ ହୋଇଥିବା ଦୃଷ୍ଟିକୁ ଆସିଛି । ରଥ ପହଞ୍ଚିବା ପରେ ପୋଡପିଠା ଭୋଗ ଏବଂ ଏହି ଗୋଟିଏ ରାତ୍ର ମାଉସୀ ମା ମନ୍ଦିର ସମ୍ମୁଖରେ ରହିବେ ଶ୍ରୀଜିଉ ମାନେ ପର ଦିନ ରଥଖୋଳାରେ ପହଞ୍ଚିବା ପରେ ସୁନାବେଶ ଏବଂ ପହଣ୍ଡି ହେବ ।
ନୀଳଗିରି
ତୃତୀୟ ଶ୍ରୀକ୍ଷେତ୍ର ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ରନôବେଦୀକୁ ବାହୁଡା ଉଦେ୍ଦଶ୍ୟରେ ଯଥାରୀତି ନିତିକ୍ରାନ୍ତି ଅନୁସାରେ ଶନିବାର ଅପରାହ୍ନରେ ପ୍ରଥମେ ଚକ୍ରରାଜ ସୂଦର୍ଶନ, ବଡ଼ଠାକୁର ବଳଭଦ୍ର, ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହୋଇ ରଥାରୂଢ ହୋଇଥିଲେ । ପରେ ରାମକୃଷ୍ନ ମୋଦନ ମୋହନ ଆସିଥିଲେ । ନୀଳଗିରିର ଆଦିସେବକ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ ଛେରା ପହଁରା କରିଥିବା ବେଳେ ପଣ୍ଡା ପଢ଼ିଆରୀ ରଥାରୂଢ଼ କରାଇ ଥିଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ । ପହଣ୍ଡି ସମୟରେ ନାମ ସଂକୀର୍ତ୍ତନ, ଶଙ୍ଖ, ମହୁରୀ, ଘଣ୍ଟବାଦ୍ୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରକମ୍ପିତ ହୋଇଥିବା ବେଳେ ସେଠାରେ ଲୋକାରଣ୍ୟ ହୋଇ ପଡ଼ିଥିଲା । ଏହି ବାହୁଡା ପହଣ୍ଡି ଯାତ୍ରାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଆଇ.ଏ.ସ୍. ଭଗତକଲ୍ୟାଣ ରାଓ, ସମେତ ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ, ନୀଳଗିରି ଉପ-ଜିଲ୍ଲାପାଳ ଶ୍ରୀମତୀ ଡ. ମଧୁସ୍ମିତା ସାମନ୍ତରାୟ, ତହସିଲଦାର ସୋନମ୍ ଦାସ, ସାଂହଦ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ଆଇଆଇସି ଗୋବର୍ଦ୍ଧନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଆସିକା
ଗଞ୍ଜାମ ଜିଲ୍ଲା ଆସିକାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ବାହୁଡା ଯାତ୍ରା ସମାପନ ହୋଇଯାଇଛି । ଆସିକା ସୁନାମ୍ବ ସାହିରେ ବିଜେ ଶ୍ରୀ ଜଗନ୍ନାଥ ମନ୍ଦିର, ଚିନିଶିଳ୍ପ ନୂଆଗାଁ, ମୁନି ସାହି, ଖମ୍ବେଶ୍ୱେରୀ ପାଟଣା, କାଳଷଣ୍ଢପୁର, ନଳବଣ୍ଟା, ମନ୍ଦିରମାନଙ୍କରେ ମନ୍ଦିର ପରିଚାଳନା କମିଟି, ପ୍ରଶାସନ, ପୋଲିସ ଏବଂ ଭକ୍ତମାନଙ୍କ ସହଯୋଗରେ ଏହି ବାହୁଡାÿ ନୀତି ସୁରୁଖୁରୁରେ ସମାପନ ହୋଇଛି । ପୂଜା ପଣ୍ଡାମାନେ ସକାଳୁ ସକାଳୁ ବାହୁଡା ନୀତି ସଠିକ ସମୟରେ ଆରମ୍ଭ କରି ନୀତି ନିଘଣ୍ଟ ଅନୁସାରେ ପୂଜା ଶେଷ କରି ଚତୁର୍ଦ୍ଧାମୂର୍ତ୍ତିକୁ ରଥରୁଢ଼ କରିଥିଲେ । ରଥ ଉପରେ ଆରତୀ, ବେଶ, ପୂଜା ନୀତି ଶେଷ ପରେ ରଥଟଣା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତହସିଲଦାର ସଂଗୀତା ସେଣ, ଚିନି ଶିଳ୍ପ ପରିଚାଳନା ନିଦେ୍ର୍ଦଶକ ଡ଼ଃ. ସୁଶାନ୍ତ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଅମରେଶ ସାବତ , ବିଜ୍ଞାପିତ କାର୍ଯ୍ୟ ନିର୍ବାହୀ ଅଧିକାରୀରାଜେଶ କୁମାର ମହାପାତ୍ର, ଆସିକା ଥାନା ଭାରପ୍ରାପ୍ତ ଅଧିକାରୀ କୁଳମଣି ସେଠି, ଟ୍ରଷ୍ଟି ନାରାୟଣ ମୁନିଙ୍କ ଦ୍ୱାରା ରଥଟଣାର ଶୁଭାରମ୍ଭ କରାଯାଇଥିଲା । ରଥଯାତ୍ରା ସକାଶେ ବିଦୁ୍ୟତ୍ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ବଡ଼ସାହି
ସ୍ଥାନୀୟ ବଡ଼ସାହି ସାପ୍ତାହିକ ହାଟ ନିକଟସ୍ଥ ଜନ୍ମବେଦୀରେ ଲୀଳାଖେଳା ସାରି ମହାପ୍ରଭୁ ମାଉସୀମା’ଙ୍କ ଠାରେ ପୋଡପିଠା ଖାଇ ନିଜ ଶ୍ରୀ ମନ୍ଦିରକୁ ବାହୁଡ଼ିଛନ୍ତି । ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ବାହୁଡ଼ା ଯାତ୍ରାରେ ସାମିଲ ହୋଇଛନ୍ତି । ପୂର୍ବାହ୍ନରେ ତିନି ଠାକୁରଙ୍କ ପହଣ୍ଡି କରାଯାଇ ବ୍ରାହ୍ମଣଙ୍କ ଦ୍ୱାରା ନିତିକାନ୍ତି ସମାହିତ ହୋଇଥିଲା । ଅପରାହ୍ନରେ ହଜାର ହଜାର ଭକ୍ତ ରଥକୁ ଟାଣି ବ୍ୟାଙ୍କ୍ ଛକ ନିକଟସ୍ଥ ଶ୍ରୀମନ୍ଦିରକୁ ନେଇଥିଲେ । ପାଗର ପ୍ରତିକୂଳତା ସତ୍ତ୍ୱେ ଭିଡ ଲାଗି ରହିଥିଲା । ଅତିରିକ୍ତ ଜିଲ୍ଲାପାଳ, ବଡ଼ସାହି ତହସିଲଦାର ଉପସ୍ଥିତ ରହିଥିବା ବେଳେ ପୁଲିସ ପ୍ରଶାସନ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହୋଇଥିଲେ । ସମାନ୍ତରାଳ ଭାବେ ବଡ଼ସାହିରେ ଅନ୍ୟ ଏକ ରଥର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗାଁ ଭିତରେ ଥିବା ଦୁର୍ଗା ମଣ୍ଡପ ନିକଟରୁ ରଥକୁ ଭକ୍ତମାନେ ଟାଣି ନିଜ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ଏଥିରେ ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ବ୍ଲକ୍ ଉପାଧ୍ୟକ୍ଷ କାଞ୍ଚନ ପ୍ରଧାନ ଥିବାର ଦେଖାଯାଇଥିଲା । ଏହିପରି ବଡ଼ସାହି ବ୍ଲକର ମାଣତ୍ରୀ, ଦେଉଳିଆ, ତାଳପଦା, ଯୋଗୀନୂଆଗାଁ, ଗଜଡ଼ିଶାସନ, ବଲଭଦ୍ରପୁର ଆଦି ଗ୍ରାମରେ ବାହୁଡ଼ାଯାତ୍ରା ସମ୍ପନ୍ନ ହୋଇଯାଇଛି ।