ଦୁର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଆହତ
କେନ୍ଦୁଝର: ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଗଣ୍ଡବରେଇ ନାଳ ନିକଟରେ ବାହୁଡାÿ ଯାତ୍ରା ଦିନ ବୋଲେର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ରୁ ଜଣାଯାଏ ଯେ ଚଉଠିଆ ପଞ୍ଚାୟତ ଚୈତନପୁର ଗ୍ରାମର ଗୈାର ମହାନ୍ତ ଏବଂ ସ୍ତ୍ରୀ ଯୋଶବନ୍ତି ମହାନ୍ତ ବରହାପଶି ଗ୍ରାମକୁ ନିଜର ବାଇକରେ କାମ ସାରି ଫେରୁଥିବା ସମୟରେ ଗଣ୍ଡବରେଇ ନାଳ ନିକଟରେ ଚମ୍ପୁଆ ପଟୁ ଉଖୁଣ୍ଡା କୁ ଯାଉଥିବା ବୋଲେରୋ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଗୈାର ହେଲମେଟ ପିନ୍ଧି ଥିବାରୁ ଗୁରୁତର ଆହାତ ହୋଇଥିବା ବେଳେ ଘଟଣା ସ୍ଥଳରେ ଯୋଶବନ୍ତୀର ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିସôାଳୟକୁ ପଠାଇ ଥିବା ଜଣାଯାଇଛି । ବୋଲେରଟି ଝାରଖଣ୍ଡ ଅଞ୍ଚଳରୁ ଉଖୁଣ୍ଡା ଠାରେ ରହିଥିବା ଝିଅ ଘରକୁ ପରିବାର ସହିତ ଆସୁଥିଲେ । ବାରିଆ ପୁଲିସ ଦୁର୍ଘଟଣା ଘଟିଥିବା ସମ୍ପର୍କରେ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବୋଲେରୋ ଓ ବାଇକକୁ ଜବତ କରିଛି ।