ଶ୍ୱାସରୁଦ୍ଧ: ୩ ଶ୍ରମିକ ମୃତ

କୁଚିଣ୍ଡା: ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଥିବାବେଳେ ଜଣେ ଗୁରୁତର ଥିବା ଜଣାଯାଇଛି । ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବାବେଳେ ଏହି ଅଘଟଣ ଘଟିଛି । ଯମନକିରା ଥାନା ଅନ୍ତର୍ଗତ ପୁକୁଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି ।  ସେଠାରେ ମୋଟ ୪ ଜଣ ଶ୍ରମିକ କାମ କରୁଥିଲେ । ତେବେ ୩ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ଗୁରୁତର ଶ୍ରମିକଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।