"ଗ୍ରୀନ ପାରାଦୀପ ଟ୍ରଷ୍ଟ' ଓ "ପାରାଦୀପ ସାମ୍ବାଦିକ' ପକ୍ଷରୁ ପାଣି ଓ ଚାରା ବଣ୍ଟନ 


ପାରାଦୀପ : ଜଗତର ନାଥ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ  ସାଥିରେ ନେଇ ମାଉସୀ ମା ଘରେ ରହଣି ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳ ହୁଳି, ନାମ ସଙ୍କୀର୍ତ୍ତନରେ ତିନି ଠାକୁର ଦେଉଳକୁ  ବାହୁଡ଼ିଛନ୍ତି  । ଏହି ବାହୁଡାÿ ଯାତ୍ରା ଅବସରରେ "ଗ୍ରୀନ ପାରାଦୀପ ଟ୍ରଷ୍ଟ" ର ସଦସ୍ୟ ଓ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ତରଫରୁ  ଏଡିଏମ ଙ୍କ କାର୍ଯ୍ୟାଳୟ ସମ୍ମୁଖ  ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଳୁଙ୍କୁ  ବୃକ୍ଷ ଚାରା ସମେତପାନୀୟ ବଣ୍ଟନ କରାଯାଇଥିଲା ।  ପବିତ୍ର ରଥଯାତ୍ରା ଦିନ ମଧ୍ୟ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଷ୍ଟଲରେ ପାଣି ଓ ଚାରା ବଣ୍ଟନ କରାଯାଇଥିଲା । ଗ୍ରୀନ ପାରାଦୀପ ଟ୍ରଷ୍ଟ ସଭାପତି ରାକେଶ ପଟ୍ଟନାୟକଙ୍କ ନେତୃତ୍ୱରେ ସାମ୍ବାଦିକ ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ସୁଧାଂଶୁ ନାୟକ, ପ୍ରୀତି ରଞ୍ଜନ ମହାପାତ୍ର, ପ୍ରଶାନ୍ତ ସ୍ୱାଇଁ, ପ୍ରଭାକର ସାହୁ, ସଞ୍ଜୟ ରାଉତ, ତ୍ରିଲୋଚନ ମହାପାତ୍ର, ବିବେକାନନ୍ଦ ରାଉତ, ପ୍ରଭାସ ଦାସ, ସନ୍ତୋଷ ଭାରତୀ, ବିରଜା ତ୍ରିପାଠି, ଗୌରାଙ୍ଗ ଚରଣ ଜେନା, ପ୍ରଶାନ୍ତ ରାଉତ, ସୁଦର୍ଶନ ବିଶ୍ୱାଳ, ଅବଦୁଲ ଆବିଦ୍ ଖାଁ, ଅଜିତ ଦାସ, ବିରଜା ସେଠୀ, ନାରାୟଣ ବେହେରାଙ୍କ ସମେତ ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତଥିଲେ ।