ବିହାର ନିର୍ବାଚନ ପାଇଁ ବିଜେପିର ପାର୍ଥୀ ତାଲିକା ଘୋଷଣା

ବିହାର ନିର୍ବାଚନ ପାଇଁ ବିଜେପିର ପାର୍ଥୀ ତାଲିକା ଘୋଷଣା

ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପାର୍ଥୀ ତାଲିକା ଘୋଷଣା ପାଇଛି । ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ନାଁ ଘୋଷଣା କରାଯାଇଛି । ସେଥି ମଧ୍ୟରେ ୯ଜଣ ମହିଳା ଅଛନ୍ତି । ନଭେମ୍ବର ୬ ଏବଂ ୧୧ରେ ୨ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ନଭେମ୍ବର ୧୪ ରେ ବାହାରିବ ରେଜଲ୍ଟ । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାରାପୁରରୁ ଟିକେଟ୍‌ ପାଇଥିବା ବେଳେ  ରାମକୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ପ୍ରାର୍ଥୀ କରିଛି । ସଞ୍ଜୀବ ଚୌରସିଆ, ବିଜୟ ସିହ୍ନ, ଶ୍ରେୟସୀ ସିଂହ ଓ ମଙ୍ଗଳ ପାଣ୍ଡେଙ୍କୁ ବିଜେପି ଟିକେଟ ଦେଇଛି ।