ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ : ଖୁବଶ୍ରୀଘ୍ର ଆସୁଛି ‘ଆମ ସୁବାହକ’ ଯୋଜନା

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ :  ଖୁବଶ୍ରୀଘ୍ର ଆସୁଛି  ‘ଆମ ସୁବାହକ’ ଯୋଜନା

ସୁଭଦ୍ରା ପରେ ମହିଳାଙ୍କୁ ମିଳିବ ଆଉ ଏକ ଯୋଜନା ଉପହାର। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ । ଖୁବ ଶ୍ରୀଘ୍ର ଆସିବ ସରକାରଙ୍କର ‘ଆମ ସୁବାହକ’ ଯୋଜନା । ଏନେଇ ସୂଚନା ଦେଇଛନ୍ତି, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହି ଯୋଜନାରେ ୨୧ ରୁ ୪୦ ବର୍ଷର ମହିଳା ଉପକୃତ ହେବେ । ସରକାରଙ୍କ ତରଫରୁ ମିଳିବ ଜଣକୁ ୧୦ ଲକ୍ଷ ଟଙ୍କାର ଋଣ । ଋଣ କରି କାର୍‌ କିଣିବେ ମହିଳା, ସୁଧ ସୁଝିବେ ରାଜ୍ୟ ସରକାର । ଯେଉଁ ମହିଳାମାନେ କାର୍‌ କିଣିବାକୁ ଋଣ ନେବେ ତାହାକୁ ୫ ବର୍ଷ ମଧ୍ୟରେ ସୁଝିପାରିବେ । ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ। ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି ।