ବୁଡିଯିବ କ୍ଷୁଦ୍ର ଋଣ ବ୍ୟବସାୟ
ଦେଶରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ଗଠନ କରାଯାଇଥିବା ଦଳ ଗୁଡ଼ିକୁ କ୍ଷୁଦ୍ର ଋଣ ପ୍ରଦାନ କରାଯାଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଉଦେ୍ଦଶ୍ୟ ହେଲା ସ୍ୱଳ୍ପ ଋଣ ମାଧ୍ୟମରେ ସେମାନଙ୍କୁ କ୍ଷୁଦ୍ର ଉଦ୍ୟୋଗୀରେ ପରିଣତ କରିବା ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବା । ତେବେ ବର୍ତ୍ତମାନ ଲୋକଙ୍କର ଆର୍ଥôକ ସ୍ଥିତି ସୁଦୃଢ଼ ନଥିବାରୁ ଏହି ଋଣ ନେଉଥିବା ମହିଳା ମାନେ ଏହାର ଉପଯୁକ୍ତ ବ୍ୟବହାର କରିପାରୁନାହାନ୍ତି । ଋଣର ଉପଯୁକ୍ତ ବ୍ୟବହାର ହୋଇ ପାରୁନଥିବାରୁ ମହିଳା ମାନେ ଋଣ ପରିଶୋଧ କରିବାର ଅବସ୍ଥାରେ ନାହାନ୍ତି । ସମଗ୍ର ଦେଶରେ ୮ କୋଟି ୫୦ ଲକ୍ଷ ଲୋକ ଏହିଭଳି ସଂସ୍ଥାରୁ ଋଣ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ଲକ୍ଷ ଋଣଗ୍ରହୀତା ଏକାଧିକ, ଏପରିକି ଚାରି, ଚାରିଟି ସଂସ୍ଥାରୁ ଋଣ ନେଇଛନ୍ତି । ଗୋଟିଏ ସଂସ୍ଥାରୁ ଋଣ ଆଣି ସେମାନେ ସୁଝି ପାରୁନାହାନ୍ତି । ଏପରି ସ୍ଥଳେ ଚାରିଟି ସଂସ୍ଥାର ଋଣ କିପରି ସୁଝିବେ ତାହା ପ୍ରଶ୍ନବାଚୀ ଭିତରକୁ ଆସିଗଲାଣି । ଏକଥା ସ୍ପଷ୍ଟ ହୋଇଗଲାଣି ଯେ ଏହି ଋଣ ଆଉ ସୁଝାଯାଇପାରିବ ନାହିଁ ଏବଂ କ୍ଷୁଦ୍ର ଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକ ନିକଟରେ ଏନ୍ପିଏ ହଠାତ୍ ବଢ଼ିଯିବ । ଏନ୍ପିଏ ହେଉଛି ଋଣପ୍ରଦାନକାରୀ ସଂସ୍ଥା ଠାରୁ ରଖାଯାଇଥିବା ବନ୍ଧକ । ଯେଉଁଥିରୁ କି ବ୍ୟାଙ୍କ୍ ଏବଂ ଋଣ ପ୍ରଦାନକାରୀ ସଂସ୍ଥା ଟଙ୍କାଟିଏ ମଧ୍ୟ ଫେରି ପାଇବେ ନାହିଁ । ଏପ୍ରକାରର ପରିସ୍ଥିତି ବଡ଼ ବଡ଼ ବ୍ୟାଙ୍କ୍ ଗୁଡ଼ିକର ମଧ୍ୟ ଏନ୍ପିଏ ବଢ଼ିବାର କାରଣ ପାଲଟିବ । ଛୋଟ ଛୋଟ ଋଣ ଦେଉଥିବା ଆର୍ଥôକ ସଂସ୍ଥା ଗୁଡ଼ିକ ବଡ଼ ବଡ଼ ବ୍ୟାଙ୍କ୍ରୁ ହିଁ ଋଣ ଆଣି ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ତୃଣମୂଳ ସ୍ତରର ସାମାଜିକ ସଙ୍ଗଠନ ଗୁଡ଼ିକୁ ଋଣ ଦେଇଥାନ୍ତି ।
ବର୍ତ୍ତମାନ ଏହି କାରବାରରେ ଦୁଇଟି ସମସ୍ୟା ଦେଖା ଦେବ । ପ୍ରଥମଟି ହେଲା ଏନ୍ପିଏ ବୃଦ୍ଧି ଏବଂ ଦ୍ୱିତୀୟଟି ହେଲା ତୃଣମୂଳ ସ୍ତରର ସଙ୍ଗଠନ ଗୁଡ଼ିକ ଦେବାଳିଆ ହେବା । ତୃଣମୂଳ ସଙ୍ଗଠନ ଗୁଡ଼ିକ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି । ବର୍ତ୍ତମାନ ସେହି ସଂସ୍ଥା ଗୁଡ଼ିକ ଋଣ ନେଇ ତାର ଉପଯୁକ୍ତ ବିନିଯୋଗ କରିପାରିନଥିବାରୁ ଋଣ ସୁଝି ପାରିନାହାନ୍ତି । ତୃଣମୂଳ ସଙ୍ଗଠନ ଗୁଡ଼ିକ ଆର୍ଥôକ ସ୍ଥିତିରୁ ଦୁର୍ବଳ ହେଇଗଲେ ମୋଟ ଘରୋଇ ଉତ୍ପାଦ ବା ଜିଡ଼ିପି ମଧ୍ୟ କ୍ଷତିଗ୍ରସ୍ତ ହେବ । ଏସବୁ ଆର୍ଥôକ କାରବାରରେ ଟ୍ରେନ୍ ଭଳି ପରସ୍ପର ମଧ୍ୟରେ ଯୋଡ଼ି ହୋଇ ରହିଥିବା ସଂସ୍ଥା । ଜିଡ଼ିପି କେବଳ ବୃହତ୍ ଶିଳ୍ପକୁ ନେଇ ବଢ଼େ ନାହିଁ । ଏପରିକି ବୃହତ୍ ଶିଳ୍ପଗୁଡ଼ିକ କେତେକ ସ୍ଥଳରେ ଗ୍ରାମାଞ୍ଚଳରୁ ଉତ୍ପାଦିତ କଞ୍ଚାମାଲ୍ରୁ ହିଁ ଆସିଥାଏ । ଗ୍ରାମ୍ୟ କୁଟୀର ଶିଳ୍ପକୁ ନେଇ ଯେତେ ଗୋଲାପୀ ସ୍ୱପ୍ନ ଦେଖିଲେ ମଧ୍ୟ ସେମାନଙ୍କ ଋଣ ସୁଝିବା କ୍ଷମତାକୁ ନେଇ ପ୍ରକୃତ ଚିତ୍ର ଆସିଯାଏ । ସେମାନେ ଯଦି ଋଣ ସୁଝି ପାରୁନାହାନ୍ତି ନିଶ୍ଚିତ ରୂପେ କେଉଁଠି ନା କେଉଁଠି ଏକ ଦୁର୍ବଳତା ରହିଛି ବୋଲି ଧରି ନେବାକୁ ହେବ । ଏହି ବାସ୍ତବତାକୁ ନେଇ ବର୍ତ୍ତମାନ ତୃଣମୂଳ ସ୍ତରର ସଙ୍ଗଠନ ଗୁଡ଼ିକୁ ପ୍ରଥମେ ତାଲିମ୍ ଦେଇ ସ୍ୱାବଲମ୍ବୀ କରିବାକୁ ପଡ଼ିବ । ପ୍ରଥମେ ଋଣ ଦେଇ ପରେ ତାଲିମ୍ ବ୍ୟବସ୍ଥା କରିଲେ ତାହା ବିଫଳ ହେବ । ଆର୍ଥôକ ସାକ୍ଷରତା ଏବଂ ଆର୍ଥôକ ଭାବରେ ସ୍ୱାବଲମ୍ବୀ ହେବା ପ୍ରଥମେ ଗ୍ରାମାଞ୍ଚଳରୁ ହିଁ ଆରମ୍ଭ ହେବା ଆବଶ୍ୟକ । ଗ୍ରାମାଞ୍ଚଳର ବାସ୍ତବ ସ୍ଥିତିକୁ ନେଇ ମିଛ ରିପୋର୍ଟ୍ ପ୍ରସ୍ତୁତ କରିଦେଲେ ସେଥିରେ ଜିଡ଼ିପି ବୃଦ୍ଧି ହେବ ନାହିଁ । କେବଳ କାଳ୍ପନିକ ସ୍ଥିତିରୁ ବାସ୍ତବତା ସୃଷ୍ଟି ହୋଇ ପାରବନି । ଏକ ବାଣିଜି୍ୟକ ପରିସଂଖ୍ୟାନ ମଧ୍ୟ କ୍ଷେତ୍ରଗତ ବାସ୍ତବତା ଠାରୁ ବହୁ ଦୂରରେ ରହିଯାଉଛି । ସଫଳ ହୋଇଥିବା କୌଣସି ଗୋଟିଏ ଗ୍ରାମ୍ୟ ସଂସ୍ଥାକୁ ନେଇ ତାରି ଆଧାରରେ ସାଢ଼େ ୮ କୋଟି ଗ୍ରାମ୍ୟ କ୍ଷୁଦ୍ର ସଂସ୍ଥାର ସଫଳତା ଗାଣିତିକ ଭାବରେ ଆକଳନ କରିବା ସହଜ, କିନ୍ତୁ କାଗଜକଲମର ହିସାବ କ୍ଷେତ୍ରଗତ ହିସାବ ନୁହେଁ । ଅର୍ଥନୀତି ଏବଂ ମୋଟ ଘରୋଇ ଉତ୍ପାଦନ କ୍ଷେତ୍ରରେ ଏପ୍ରକାର ଆକଳନକୁ ନେଇ ଯଦି କେହି ଉଲ୍ଲସିତ ହୁଏ, ତେବେ ତାହା ବୁମେରାଂ ହିଁ ହେବ ।