ବୃଦ୍ଧି ପାଇଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି
ଭୁବନେଶ୍ୱର : ବଢ଼ିଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି । ମାଓବାଦୀଙ୍କ ଆତ୍ମସମର୍ପଣ ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା । ଏକେ ୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା । ଏସଏଲଆର ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା । ୧୦ ଲକ୍ଷ ପୁରସ୍କାର ଥିବା ମାଓବାଦୀ ଆତ୍ମସମର୍ପଣ କଲେ ମିଳିବ ୫ ଲକ୍ଷ ଟଙ୍କା । ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧ କୋଟି ୧୦ ଲକ୍ଷ ଟଙ୍କା । ଷ୍ଟେଟ୍ କମିଟି, ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟଙ୍କୁ ମିଳିବ ୫୫ ଲକ୍ଷ ଟଙ୍କା । ରିଜିଓନାଲ୍ କମିଟି ସଦସ୍ୟଙ୍କୁ ୩୩ ଲକ୍ଷ, ଡିଭିଜନାଲ୍ କମିଟି ସଦସ୍ୟଙ୍କ ୨୭.୫ ଲକ୍ଷ ଟଙ୍କା । ଡିଭିଜନାଲ୍ କମିଟି ମେମ୍ବରଙ୍କୁ ମିଳିବ ୨୨ ଲକ୍ଷ ଟଙ୍କା । ସେହିଭଳି ଲାଇଟ୍ ମେସିନ୍ ଗନ୍ ସହ ଆତ୍ମସମର୍ପଣ କଲେ ମିଳିବ ୪ ଲକ୍ଷ ୯୫ ହଜାର ଟଙ୍କା । ଆହୁରି ବି ସେମାନଙ୍କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର ।