ବେଦାନ୍ତ ପକ୍ଷରୁ ଅପହଞ୍ଚ ଗାଁରେ ସ୍ୱାସ୍ଥ୍ୟଶିବିର

 ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏବଂ ବଲାଙ୍ଗୀର ସ୍ୱରାଜ ହସ୍ପିଟାଲର ସହଯୋଗରେ କଳାହାଣ୍ଡିର ଗୁଣପୁର ଗ୍ରାମରେ ଏକ ମାଗଣା ମଲ୍ଟି ସ୍ପେଶାଲିଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା । ଏହି ଶିବିରରେ ଥୁଆମୁଲ ରାମପୁର ଏବଂ କାଶୀପୁର ବ୍ଲକର ୨୬ଟି ଗ୍ରାମର ୨୦୦ରୁ ଅଧିକ ଲୋକ ଉପକୃତ ହୋଇଥିଲେ । ଦୁରାନ୍ତ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହିତ, ଏହି ଶିବିରରେ ଅସ୍ଥିଶଲ୍ୟ, ପ୍ରସୂତି ଏବଂ ସ୍ତ୍ରୀରୋଗ, ଶିଶୁରୋଗ, ଚର୍ମରୋଗ, ଇଏନଟି, ଛାତି ଏବଂ ଯକ୍ଷ୍ମା ଚିକିସôା ସମେତ ବିଭିନ୍ନ ପ୍ରକାରର ମାଗଣା ଚିକିସôା ସେବା ପ୍ରଦାନ କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରକୁ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଦୋଷ କୁମାର ପଣ୍ଡା, ସ୍ଥାନୀୟ ସ୍ୱାସ୍ଥ୍ୟସେବା ବୃତ୍ତିଗତ ଏବଂ ସମ୍ପ୍ରଦାୟ ପ୍ରତିନିଧି ମାନଙ୍କ ସହିତ ଉଦଘାଟନ କରିଥିଲେ, ଯାହା ତୃଣମୂଳସ୍ତରରେ ସ୍ୱାସ୍ଥ୍ୟ ସେବା ପହଞ୍ଚକୁ ସୁଦୃଢ ÿକରିବା ପାଇଁ ଏକ ସହଯୋଗ ପ୍ରୟାସ ଥିଲା । ଏହି ପଦକ୍ଷେପ ବିଷୟରେ କହି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, "ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଉପଲବ୍ଧତା ନିଶ୍ଚିତ କରିବା ଆମର ବିକାଶ ପ୍ରୟାସର ଏକ ମୂଳଦୁଆ । ଏହି ପ୍ରକାରର ପଦକ୍ଷେପ ମାଧ୍ୟମରେ, ଆମେ ଗ୍ରାମୀଣ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ ÿକରିବାକୁ ଚେଷ୍ଟା କରୁଛୁ, ଯେଉଁ ମାନଙ୍କୁ ସବୁଠାରୁ ଅଧିକ ଆବଶ୍ୟକତା ଅଛି ସେମାନଙ୍କ ନିକଟରେ ଅତ୍ୟାବଶ୍ୟକ ଚିକିସôା ସେବା ପହଞ୍ଚାଇ, ଏହି ପ୍ରୟାସ ଗୁଡ଼ିକ ଲୋକଙ୍କୁ ଏକ ସୁସ୍ଥ ଜୀବନ ଯାପନ କରିବା ପାଇଁ ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତା ବୋଲି ନିଜ ମତରେ କହିଥିଲେ  । ମୋବାଇଲ୍ ସ୍ୱାସ୍ଥ୍ୟ ୟୁନିଟ୍ ଏବଂ ସଚେତନତା ଅଭିଯାନ ଦ୍ୱାରା ପରିପୂରକ ଏହିପ୍ରୟାସ ଗୁଡ଼ିକ ଗ୍ରାମୀଣ ସ୍ୱାସ୍ଥ୍ୟସେବା ପ୍ରତି ବେଦାନ୍ତ ଆଲୁମିନିୟମର ସାମଗ୍ରିକ ଆଭିମୁଖ୍ୟକୁ ରେଖାଙ୍କିତ କରେ । ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋସôାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି ।