ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗାରିଆବନ୍ଦ ପୁଲିସ ନିକଟରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ମହିଳା ମାଓ ନେତ୍ରୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଏହି କୁଖ୍ୟାତ ମାଓ ନେତ୍ରୀଙ୍କ ନାମ ଜାନସୀ ଓରଫ ଭାଚେଲା ମାତାମି ହୋଇଥିବା ବେଳେ ସେ ମୃତ କୁଖ୍ୟାତ ମାଓବାଦୀ ସତ୍ୟମ ଗାୱାଡେଙ୍କ ପନôୀ ବୋଲି ଜଣା ପଡିଛି । ଜାନସୀ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା ହୋଇଥିବା ବେଳେ ସେ ୨୦୦୫ ମସିହାରୁ ନକ୍ସଲ ସଂଗଠନ ସହିତ ଜଡିତ ରହି ବିଭିନ୍ନ ସ୍ତରରେ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ପ୍ରେସ୍ ଏବଂ ପ୍ରଚାର କାର୍ଯ୍ୟଠାରୁ ଆରମ୍ଭ କରି କ୍ଷେତ୍ର କମିଟି ସଦସ୍ୟ, ଡେପୁଟି କମାଣ୍ଡର, କମାଣ୍ଡର ଏବଂ ଶେଷରେ ନାଗାରି କ୍ଷେତ୍ର କମିଟି ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୧୧ ମସିହାରେ ସେ ମାଓ ନେତା ତଥା ଡିଭିସିଏମ୍ ସତ୍ୟମ ଗାୱାଡେଙ୍କୁ ବିବାହ କରିବା ପରେ, ଦୁହେଁ ଦୀର୍ଘ ସମୟ ଧରି ମୈନପୁର ଡିଭିଜନରେ ନକ୍ସଲ କାର୍ଯ୍ୟକଳାପ ଚଳାଇଥିଲେ ।