ବ୍ଲକରେ ପ୍ରଥମଥର ପାମ୍ ଅଏଲ୍ ଚାଷ ଆରମ୍ଭ
କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ରହିଥିବା ଏସ୍ ଦଣ୍ଡା ବାଡ ଗ୍ରାମରେ ବ୍ଲକରେ ପ୍ରଥମ କରି ପାମ୍ ଅଏଲ୍ ଚାଷକୁ ଉଦ୍ୟାନକୃଷି ବିଭାଗ ପକ୍ଷରୁ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ବିଭାଗର ଏଏଚ୍ଓ ସୈରବ ପାଣିଗ୍ରାହୀ ଉପସ୍ଥିତ ଚାଷୀମାନଙ୍କୁ ଏହି ଚାଷ ଉପରେ ପ୍ରାଞ୍ଜଳ ଭାବେ ବୁଝାଇ କିପରି ଅଧିକରୁ ଅଧିକ ଲାଭବାନ ହୋଇ ପାରିବେ ସେନେଇ ୮ ଜଣ ଚାଷୀମାନଙ୍କୁ ୪୦ ଏକର ଜମିରେ କିପରି ଭାବେ ଅଇଲ ପ୍ଲାମ ଗଛ ଲଗାଇବେ ଆଲୋଚନା କରାଯାଇଥିଲା । ଏହା ସହ ଓଡ଼ିଶା ସରକାରଙ୍କ ସହଯୋଗରେ କର୍ସକ ମହର୍ଷି, ଅଇଲ ପମ୍ କମ୍ପାନୀ ପକ୍ଷରୁ ଏସ୍ ଦଣ୍ଡାବାଡ ଗ୍ରାମରେ ଆଜି ଆରମ୍ଭ କରାଯାଇ ଉଦଘାଟନ କରାଯାଇଥିଲା । ଏଥିରେ ପଦ୍ନନ ଲୋଚନ ବିଶୋଇ,ଘାସି ଜାନୀ, କେଶବ ହିକକା, ହରିଶ୍ଚନ୍ଦ୍ର ବାଘ, ପ୍ରଫୁଲ୍ଲ ମିଣିଆକା ଏବଂ ଲକ୍ଷ୍ମଣ ବିଶୋଇ ଚାଷୀ ଯୋଗଦେଇଥିଲେ । ଏଥିରେ ଏଚ୍ଓ ସୁମିତ୍ରା ଖରା, କାର୍ଯ୍ୟ ଅବରତ ସୁଶାନ୍ତ ହିଆଲ, ଗିର୍ଲିଗୁମ୍ମା ପଞ୍ଚାୟତର ନାୟକ ସରପଞ୍ଚ ଗୈାରାଙ୍ଗ ବାଘ ଓ ହେରଦ ବାଘ ଉପସ୍ଥିତ ଥିଲେ । ଆଗାମୀ ଦିନମାନଙ୍କରେ ଏହି ଚାଷ ବିଭିନ୍ନ ଗ୍ରାମରେ କରାଯିବା ସହ ସେଠିକାର ଲୋକମାନେ ଏହି ପାମ୍ ଅଏଲ୍ ଗଛ ଦ୍ୱାରା ଉପକୃତ ହେବେ ବୋଲି ଏଏଚ୍ଓ ସୈରବ ପାଣିଗ୍ରାହୀ କହିଛନ୍ତି ।