ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଉଦ୍ଘାଟିତ
କୋରାପୁଟ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଉଦ୍ଘାଟିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କଲେଜ ଡିନ ତଥା ହସପିଟାଲ ଅଧିକ୍ଷକ ଡାକ୍ତର ପ୍ରଫେସର ସୁଶାନ୍ତ କୁମାର ସାହୁ, ହସପିଟାଲ ପ୍ରଶାସନିକ ରେଜିଷ୍ଟ୍ରାର ରଞ୍ଜିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଡିଆଲୋଜୀ, ନୁ୍ୟରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗର ବିଶେଷଙ୍କ ଡାକ୍ତର ମାନେ କ୍ଲିନିକକୁ ଆସି ରୋଗୀ ସେବା କରିବେ ବୋଲି ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭେଷଜ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ୱପ୍ନଶରିତ ସାହୁ, ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ଶେଖର ପଣ୍ଡା, ପ୍ରଭାତ ନଳିନୀ ସ୍ୱାଇଁ ଓ ସଙ୍ଗୀତା ସାମଲ, ଫାର୍ମାସିଷ୍ଟ ଶେଖର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନୀ ହେବା ପରେ ନୁ୍ୟରୋଲୋଜି ଡାକ୍ତର ଅଭିନାଶ ଜାଡ଼ା କ୍ଲିନିକରେ ରୋଗୀମାନଙ୍କର ଚିକିସôା କରିଥିଲେ ।