ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ/ଭୁବନେଶ୍ୱ:   ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ପକ୍ଷରୁ ଆସନ୍ତା ୨୪ ଏବଂ ୨୫ ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ କରାଯାଇଛି । ସିଏଲସି ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିଛି ୟୁଏଫବିୟୁ । ଦାବୀ ପୁରଣ ନହେଲେ ଆଗାମୀ ଦିନରେ କି ପନ୍ଥା ଗ୍ରହଣ କରାଯିବ ପରବର୍ତ୍ତୀ ବୌଠକ ରେ ନିଷ୍ପତି ନିଆଯିବ ବୋଲି ୟୁଏଫବିୟୁ ରୁ କୁହାଯାଇଛି । ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହୋଇଥାନ୍ତେ ।
ସୁଚନାଥାଉକି୯ଦଫା ଦାବିନେଇ ୟୁଏଫବିୟୁ ପକ୍ଷରୁ ବ୍ୟଙ୍କ କର୍ମଚାରୀ ଧାରଣାକୁ ଓହ୍ଲାଇଥିଲେ । ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ବ୍ୟାଙ୍କଗୁଡ଼ିକରେ କର୍ମଚାରୀ ଏବଂ ଅଧିକାରୀ ନିଦେ୍ର୍ଦଶକ ପଦବୀ ପୂରଣ, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ୫ ଦିନିଆ କାର୍ଯ୍ୟ ସପ୍ତାହ, ପିଏଲଆଇ ନେଇ ଡିଏଫଏସଙ୍କ ନିଦେ୍ର୍ଦଶାବଳୀ ପ୍ରତ୍ୟାହାର,ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ ବ୍ୟାଙ୍କରେ ନିଦେ୍ର୍ଦଶକ ପଦବୀ ପୂରଣ,ଗ୍ରାଚୁଇଟି ଆଇନରେ ସଂଶୋଧନ,ଆଇଡିବିଆଇ ବ୍ୟାଙ୍କରେ ସର୍ବନିମ୍ନ ୫୧% ଅଂଶଧନ ରଖିବା ଏଭଳି ଦାବୀକୁ ନେଇ ବ୍ୟାଙ୍କ କର୍ମଚାରୀ ମାନେ ଧାରଣାକୁ ଓହ୍ଲାଇଥିଲେ