ହାଜିପୁର ସିପେଟ୍ରେ ‘ସକ୍ଷମ’ ଉଦ୍ଘାଟିତ
ନୂଆଦିଲ୍ଲୀ: ବିହାରର ବୈଶାଳୀ ସ୍ଥିତ ହାଜିପୁର ସିପେଟ୍ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ’ ଉଦ୍ଘାଟିତ ହୋଇଛି । ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସାୟନ ଲିମିଟେଡ୍ (ଏଚ୍ୟୁଆର୍ଏଲ୍) ଏବଂ ହାଜିପୁର ସିପେଟ୍ ସଂସ୍ଥା ଆନୁକୂଲ୍ୟରେ ଏହି ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରାୟସ ଜାରି ରହିଛି । ଲକ୍ଷ୍ନୌ ସିପେଟ୍ରେ ସଫଳତା ଲାଭ କରିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ’କୁ ଏବେ ହାଜିପୁରରେ ଆରମ୍ଭ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିହାରର ବେଗୁସରାଇ ଜିଲ୍ଲାରୁ ୮୦ ବେକାରୀ ଯୁବଗୋଷ୍ଠୀଙ୍କୁ ଚୟନ କରାଯାଇଛି । ଦୁଇଟି ବ୍ୟାଚ୍ରେ ସେମାନଙ୍କୁ ଶିଳ୍ପ ସମ୍ବନ୍ଧୀୟ ଦକ୍ଷତା ତାଲିମ ପ୍ରଦାନ କରାଯାଉଛି । ଏଚ୍ୟୁଆର୍ଏଲ୍ର କର୍ପୋରେଟ୍ ଏନ୍ଭାଇରନ୍ମେଣ୍ଟ ରେସ୍ପନ୍ସିବିଲିଟି (ସିଇଆର) ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଧନ୍ଦାମୂଳକ ତାଲିମ ବେକାରୀ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି କରିବା ଦିଗରେ ବିଶେଷ ସହାୟକ ହୋଇପାରିଛି । ହାଜିପୁର ସ୍ଥିତ ସିପେଟ୍ କେନ୍ଦ୍ରରେ ଉଦ୍ଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏଚ୍ୟୁଆର୍ଏଲ୍ର ବିୟୁଏଚ୍ ସଞ୍ଜୟ ଗୁପ୍ତା, ହାଜିପୁର ସିପେଟ୍ର ମୁଖ୍ୟ ନିଦେ୍ର୍ଦଶକ ସଞ୍ଜୟ ଚୌଧୁରୀଙ୍କ ସମେତ କମ୍ପାନୀର ବରିଷ୍ଠ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଏ ଅବସରରେ ତାଲିମ ନେଉଥିବା ଯୁବଗୋଷ୍ଠୀଙ୍କୁ ଏଚ୍ୟୁଆର୍ ଏମ୍ଡି ଏସ୍ ପି ମହାନ୍ତି ଉଦବୋଧନ ଦେଇଥିଲେ