ଗହୀରମଥାରୁ ଟ୍ରଲର ଜବତ
ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ଏକକୂଳାଠାରୁ ୧୦କିଲୋମିଟର ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପେଟ୍ରୋଲିଂ ଦଳ ଆଲୋକଜ୍ୟୋତି ନାମକ ଟ୍ରଲରକୁ ଜବତ କରିଛି । ସେଥିରୁ ଆଠଜଣ ମସô୍ୟଜୀବୀଙ୍କୁ ଗିରଫ କରିବା ସହ ଗୋଟିଏ ଜିପିଏସ, ତିନିଟି ଭିଏଚଏଫ, ଗୋଟିଏ ଫିସଫାଇଣ୍ଡର, ୧୩ଟି ଜାଲ, ଗୋଟିଏ ମୋବାଇଲ ଓ ସାତ କୁ୍ୟଣ୍ଟାଲ ମାଛ ଜବତ କରିଛି । ମୋହନ ହାଲଦାର, ରବିନ୍ଦ୍ର ମଣ୍ଡଳ, ଶକ୍ତିପଦ ମଣ୍ଡଳ, ସଂଜୟ ମାଇତି, ପବିତ୍ର ମଣ୍ଡଳ, ଶଙ୍କର ଗିରି, ଯାଦବ ଦାସ, ଆନନ୍ଦ ମାନ୍ନାଙ୍କୁ ଗିରଫ କରିଥିଲେ । ଗିରଫ ମସô୍ୟଜୀବୀମାନେ ରାଜନଗର ଓ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଗିରଫ ମସô୍ୟଜୀବୀମାନଙ୍କୁ କେନ୍ଦ୍ରାପଡା ସିଜେଏମଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ୍ ମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।