ବୟନ ଶିଳ୍ପ ପାଇଁ ୫୨୭୨ କୋଟି
ନୂଆଦିଲ୍ଲୀ : ୨୦୨୫ ଫେବ୍ରୁଆରି ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ । ବଜେଟରେ ୨୦୨୫-୨୬ ପାଇଁ ବୟନ ଶିଳ୍ପ ମନ୍ତ୍ରଣାଳୟ ପାଇଁ ୫,୨୭୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହା ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଆକଳନ ତୁଳନାରେ ୧୯ ପ୍ରତିଶତ ଅଧିକ । ସ୍ଥିର ହୋଇଯାଇଥିବା କପା ଉତ୍ପାଦନର ଆହ୍ୱାନର ମୁକାବିଲା ପାଇଁ ୨୦୨୫-୨୬ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ କପା, ବିଶେଷକରି ଅତିରିକ୍ତ ମୁଖ୍ୟ ପ୍ରଜାତିର ଉତ୍ପାଦକତା ବୃଦ୍ଧି ଉଦେ୍ଦଶ୍ୟରେ ପାଞ୍ଚ ବର୍ଷିଆ କପା ମିଶନ ଘୋଷଣା କରାଯାଇଛି । ଏହି ମିଶନ ଅଧୀନରେ କୃଷକମାନଙ୍କୁ ବିଜ୍ଞାନ ଓ ବୈଷୟିକ ସହାୟତା ଯୋଗାଇ ଦିଆଯିବ । ଏହି ମିଶନରେ ୫ଏଫ୍ ନୀତିକୁ ବିଚାରକୁ ନିଆଯାଇଛି । ଏହା ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବ ଏବଂ ଗୁଣାତ୍ମକ କପାର ନିରନ୍ତର ଯୋଗାଣ ସୁନିଶ୍ଚିତ ହେବ । ଘରୋଇ ଉତ୍ପାଦକତାକୁ ପ୍ରୋସôାହନ ଦେଇ ଏହି ପଦକ୍ଷେପ କଞ୍ଚାମାଲର ଉପଲବ୍ଧତା ବଜାୟ ରଖିବ । ଏହା ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ ଭାରତର ବୟନ ଶିଳ୍ପ କ୍ଷେତ୍ରର ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବଢାଇବ ।