ମଝି ଆକାଶରେ ଥରିଲା ବିମାନ

 ନୂଆଦିଲ୍ଲୀ : ଦିଲ୍ଲୀରୁ ଜମ୍ମୁକଶ୍ମୀର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଘୂର୍ଣ୍ଣିଝଡ଼ ସାମ୍ନାରେ ପଡ଼ିଯିବାରୁ ଥରି ଉଠିଛି  । ବେଶ୍ କିଛି ସମୟ ପାଇଁ ଯାତ୍ରୀମାନେ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଥିଲେ  । ମୂଷଳ ଧାରାରେ ବର୍ଷା ଓ ଝଡ଼ତୋଫାନ୍ ପ୍ରଭାବରେ ଇଣ୍ଡିଗୋ ବିମାନର ସମ୍ମୁଖ ଅଂଶ ଭାଙ୍ଗିଯାଇଛି  । ତେବେ ପାଇଲଟ୍ ଧୈର୍ଯ୍ୟର ସହ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ବିମାନକୁୁ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଥିଲେ  । ବିମାନ ଥରିବା ସମୟର ଭିଡ଼ିଓ ଜଣେ ଯାତ୍ରୀ ସୋସିଆଲ ମିଡ଼ିଆରେ ଛାଡ଼ିଥିବାବେଳେ ସେହି ଦୃଶ୍ୟ ଶିହରଣ ଖେଳାଇ ଦେଉଛି  । ଏହି ବିମାନରେ ୨୨୭ ଯାତ୍ରୀ ଥିଲେ  ।