ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଉତ୍ପାଦନକାରୀ: ଅଶ୍ୱିନୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଦୃଷ୍ଟିକୋଣ ଭାରତକୁ ବିଶ୍ୱ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେଉଛି । ଏହାର ଶୁଭାରମ୍ଭର ଗୋଟିଏ ଦଶନ୍ଧି ମଧ୍ୟରେ, ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ କେବଳ ଦେଶର ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରୁନାହିଁ ବରଂ ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟ କରୁଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରିପ୍ରେକ୍ଷୀରେ ବିସ୍ତୃତ ତଥ୍ୟ ପ୍ରଦାନ କରି ବିଗତ ଦଶନ୍ଧିରେ ଭାରତର ମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଆସିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି । ଭାରତ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି । ୨୦୧୪ ମସିହାରେ ଭାରତରେ ମାତ୍ର ୨ଟି ମୋବାଇଲ ଉତ୍ପାଦନ ୟୁନିଟ ଥିଲା । କିନ୍ତୁ ଆଜି ଦେଶରେ ୩୦୦ରୁ ଅଧିକ ଉତ୍ପାଦନ ୟୁନିଟ ରହିଛି । ଯାହା ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ବିସ୍ତାରକୁ ଦର୍ଶାଉଛି । ୨୦୧୪-୧୫ ରେ, ଭାରତରେ ବିକ୍ରି ହେଉଥିବା ମୋବାଇଲ୍ ଫୋନର ମାତ୍ର ୨୬ ପ୍ରତିଶତ ଭାରତରେ ନିର୍ମିତ ହେଉଥିଲା । ଅବଶିଷ୍ଟ ଆମଦାନୀ କରାଯାଉଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଭାରତରେ ବିକ୍ରି ହେଉଥିବା ୯୯.୨% ମୋବାଇଲ୍ ଫୋନ୍ ଭାରତରେ ନିର୍ମିତ ହେଉଛି ।