ଭରତ ମିଳନ ଓ ସୁପର୍ଣ୍ଣଖା ନାଶା ଛେଦନ ନାଟକ ମଞ୍ଚସ୍ଥ
ବଲାଙ୍ଗୀର : ଜଗନ୍ନାଥପଡାରେ ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ରାମଲୀଳା ନାଟକ ଭରତ ମିଳନ, ବନ ବିହାର ଓ ପଞ୍ଚବଟୀ ପ୍ରବେଶ, କୁଟିର ରୋଦନ, ସୁର୍ପନକା ନାଶା ଛେଦନ ମଞ୍ଚସ୍ଥ ହୋଇଯାଇଛି । ନାଟକକୁ ଦେଖିବା ପାଇଁ ବେଶ୍ ଭିଡ ଜମିଥିବା ବେଳେ ନାଟକଟି ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା । ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ ନିଦେ୍ର୍ଦଶରେ ବସ୍ୟସଦାଶିବ ରଚିତ ଗୀତ ନାଟକରେ ଅନୁଷ୍ଠିତ ହୋଇଥିବା ବେଳେ କଣ୍ଠ ଶିଳ୍ପୀ ଶ୍ରୀୟା ପଟେଲ ବିଭିନ୍ନ ଗୀତ ଗାଇଥିଲେ । ଏହି ନାଟକରେ ମନୋରଞ୍ଜନ ବେହେରା, ବଳଦେବ ରାଉତ, ଶ୍ୟାମ ସୁନ୍ଦର ସାଏ, ସଞ୍ଜିବ ଦଲାଇ କଳାକାରଙ୍କୁ ସାଜ୍ଜସଜ୍ଜା କରିଥିବା ବେଳେ ମଞ୍ଚ ଅଭିନୟ ପାଇଁ ରାମ ନାରାୟଣ ନାଏକ ନିଦେ୍ର୍ଦଶନା ଦେଇଥିଲେ ।