ଭିନ୍ନକ୍ଷମ ପାଇଁ ମୋହନଙ୍କ ବଡ଼ ଘୋଷଣା
Big announcement by Mohan

ଭୁବନେଶ୍ୱର : ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ପ୍ରଦାନ କରାଯିବ । ତିନୋଟି କିସ୍ତିରେ ଅଢେ଼ଇ ଲକ୍ଷ ଟଙ୍କା ଦିଆଯିବ । ଏନେଇ ଏଚଡ଼ିଏଫସି ବ୍ୟାଙ୍କ ସହ ରାଜ୍ୟ ସରକାର ଚୁକ୍ତି କରିଛନ୍ତି । ଏହି ପ୍ରୋତ୍ସାହନ ରାଶି ପାଇଁ ଭିନ୍ନକ୍ଷମ ହିତାଧିକାରୀ ବିବାହର ରେଜିଷ୍ଟ୍ରେସନ କରିବାର ବର୍ଷକ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିବେ । ବିବାହର ପ୍ରଥମ ବର୍ଷ ପୂରଣ ହେଲେ ୨୫ ହଜାର ଟଙ୍କା, ଦ୍ୱିତୀୟ ବର୍ଷ ପୂରଣ ହେଲେ ୨୫ ହଜାର ଟଙ୍କା ଏବଂ ତୃତୀୟ ବର୍ଷ ପୂରଣ ପରେ ୨ ଲକ୍ଷ ଟଙ୍କା ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହି ବିବାହ ପ୍ରୋତ୍ସାହନ ରାଶି ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାରେ ସହାୟକ ହେବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଏଚଡ଼ିଏଫସି ବ୍ୟାଙ୍କ ସହିତ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଅଛି ।