ଭିନ୍ନକ୍ଷମ ଶିବିର, ୭୩୦୦ପଞ୍ଜୀକରଣ
ସାଲେପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ମଧ୍ୟ ଲୋକମାନେ ଭିଜି ଭିଜି ସାଲେପୁର ପଞ୍ଚାୟତ ସମିତି ପକ୍ଷରୁ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେଉଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୪ରେ ସାଲେପୁର ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ୭ଶହରୁ ଉଦ୍ଧ୍ୱର୍ ଭିନ୍ନକ୍ଷମ ନିଜର ନାମ ପଂଜିକରଣ କରିଥିବା ଜଣାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ସାଲେପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସାମର୍ଥ୍ୟ ଅଭିଯାନ ଶିବିରକୁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସାଲେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିରରେ ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ୱେ ଅସ୍ଥିଶଲ୍ୟ ବିଭାଗରେ ୨୪୪ଜଣ, ସ୍ନାୟୁ ବିଭାଗରେ ୮୫ଜଣ, ମାନସିକ ଭିନ୍ନକ୍ଷମ, କର୍ଣ୍ଣ, ନାଳା ଓ ଗଳାବିଭାଗର ୮୭ଜଣ, ଦୃଷ୍ଟିବାଧିତ ଭିନ୍ନକ୍ଷମ ୯୫ଜଣଙ୍କ ସମେତ ମୋଟ୍ ୭୦୩ଜଣ ଦିବ୍ୟାଙ୍ଗ ନିଜର ନାମ ପଞ୍ଜୀକରଣ କରିଥିବାବେଳେ ଶିବିରରେ ୫୦୭ଜଣଙ୍କର ଯୋଗ୍ୟ ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଏସ୍ସିବି ମେଡ଼ିକାଲକୁ ପରୀକ୍ଷା ନିମନ୍ତେ ପଠାଯାଇଥିବା ଜଣାଯାଇଛି । ସେହିପରି କେତେକ ଭିନ୍ନକ୍ଷମଙ୍କୁ ଲୋନ୍ ପ୍ରଦାନ ପାଇଁ ବ୍ୟାଙ୍କ୍କୁ ସୁପାରିଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ଉପାଧ୍ୟକ୍ଷ ପ୍ରତିନିଧି ବିଶ୍ୱଜିତ୍ ବିଶ୍ୱାଳ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ରାଉତ, ଚକ୍ଷୁ ଡାକ୍ତର ସତ୍ୟନାରାୟଣ ମଲ୍ଲିକ, ଏମ୍ଆର ଡାକ୍ତର ଅମୃତ ସାହୁ, ଅସ୍ଥିଶଲ୍ୟ ବିଭାଗର ଡା. ଶଶି ସାହୁ, ସେକ୍ ସୋହେଲ, ସ୍ନାୟୁ ବିଭାଗର ଡା.ସୁଶାନ୍ତ କୁମାର ଖିଲାର, ଇଏନ୍ଟି ଡା. ସିଦ୍ଧାନ୍ତ ସିହ୍ନା, ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଅରୁଣ କୁମାର ପଟ୍ଟନାୟକ, ବିପିଏମ୍ ଗୀତାଞ୍ଜଳି ଲେଙ୍କା, ଡିଏସ୍ଏସ୍ଓ ଡା.ମନୋଜ କୁମାର ପଲେଇ, ବିଏସ୍ଓ ଡା.ସତ୍ୟନାାୟଣ ସ୍ୱାଇଁ, ଡା.ବିଜୟ କୁମାର ପ୍ରଧାନ, ସରପଞ୍ଚ ସଂଜୟ ବେହୁରା, ଜ୍ଞାନରଂଜନ ପଟ୍ଟନାୟକ, ପବିତ୍ର କୁମାର ସାମଲଙ୍କ ସମେତ ବହୁ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।