ସାଲେପୁର ମହୋତ୍ସବ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମସଗୁଲ ଦର୍ଶକ
ସାଲେପୁର : ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରିବା ଉଦେ୍ଦଶ୍ୟରେ ସାଲେପୁରର ହରିଚନ୍ଦନପୁର ବ୍ୟାରେଜ ପଡ଼ିଆ ଠାରେ ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସାଲେପୁର ମହୋତ୍ସବ ଓ ଉକ୍ରଳ ଦିବସ ସମାରୋହ ଉଦ୍ଘାଟିତ ହୋଇଯାଇଛି । ଉକ୍ରଳ ଦିବସ ଅବସରରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ ମଧୁବାବୁ ଏହି ଜାତିର ଗର୍ବ ଓ ଗୌରବ । ମଧୁବାବୁ ନଥିଲେ ଓଡ଼ିଶା ପ୍ରଦେଶ ତାର ନିଜର ପରିଚୟ ପାଇପାରିନଥାନ୍ତା । ତେଣୁ ମଧୁବାବୁଙ୍କ ଏହି ମାଟିକୁ ମୁଁ ଶତ ଶତ ପ୍ରଣାମ କରୁଛି ବୋଲି ସେ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ବିରୋଧି ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ସାଲେପୁର ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଦ୍ୱିତୀୟ ଦିନ ବିଜେଡି କାର୍ଯ୍ୟକାରିଣୀ ସଭାପତି ନାରାୟଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗ ଦେଇ ମଧୁବାବୁଙ୍କ ଗାରିମା ଓ ଗୌରବକୁ ସମଗ୍ର ଦେଶରେ ପ୍ରତିଷ୍ଠିତ କରିବା ପାଇଁ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷା ମିନାକ୍ଷୀ ଦାଶ, ସାଲେପୁର ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ ହୋଇଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମକୁ ମଧୁସ୍ମୃତି ପରିଷଦର ସଂପାଦକ ତଥା ଆତ୍ମାର ସଭାପତି ଦିଲ୍ଲୀପ କୁମାର ଦାଶ, ପୂର୍ବତନ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ତୃପ୍ତିରେଖା ପରିଡ଼ା, ରାଜଶ୍ରୀ ଜେନା, ସରପଞ୍ଚ ଜ୍ଞାନରଂଜନ ପଟ୍ଟନାୟକ, ଜ୍ୟୋତିରେଖା ନାୟକ, ପବିତ୍ର ସାମଲ, ସମିତିସଭ୍ୟା ଗୌତମୀ ମଲ୍ଲିକ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ବିରଞ୍ଚôନାରାୟଣ କର, ଯୁବ ବିଜେଡି ସଭାପତି ସଂଜିତ୍ ଦାଶ, ଛାତ୍ର ବିଜେଡି ସଭାପତି ଶୁଭମ୍ ଦାଶ, ଗୁଲରେଜ ଅଲ୍ଲୀ, ରାଜେଶ ମହାନ୍ତି, ବିଜୟ ପୃଷ୍ଟି, ସୁମନ ନାୟକ, ସମିମ ଅଖତର, ସୁବାଶିଷ ପ୍ରଧାନ, ସନିଆ ସାହୁ, କୈଳାସ ସାହୁ, ମନୋଜ ସାମଲ, ପୁଷ୍ପକ ମହାନ୍ତି, ଚିତ୍ତ ସାହୁ ପ୍ରମୁଖ ବହୁ ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।