ମଧୁସ୍ମିତାଙ୍କ ଲକ୍ଷପତି ଦିଦି ଯାତ୍ରା: ପାରମ୍ପରିକ ଶିଳ୍ପକଳାରୁ ସମୃଦ୍ଧି

 ଭୁବନେଶ୍ୱର : ମହିଳା ସଶକ୍ତିକରଣ ହେଉଛି ସ୍ଥାୟୀ ବିକାଶ ହାସଲ କରିବାର ମୂଳଦୁଆ ଏବଂ ଓଡ଼ିଶା ସରକାର ମହିଳାଙ୍କ ଆର୍ଥିକ ସ୍ୱାଧୀନତାକୁ ଏହାର କେନ୍ଦ୍ରବିନ୍ଦୁରେ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାର  କାର୍ଯ୍ୟକାରିତା ଓଡ଼ିଶା ଜୀବିକା ମିଶନ ଦ୍ୱାରା କରାଯାଉଛି । ଏହି ଯୋଜନା ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ବା ତା'ଠାରୁ ଅଧିକ ଆୟ କରିବାକୁ ସଶକ୍ତ କରାଯାଉଛି ଯାହା ତୃଣମୂଳ ସ୍ତରର ଉଦ୍ୟୋଗୀମାନଙ୍କୁ ପ୍ରୋସôାହନ ଯୋଗାଇଦେବା ସହ ପ୍ରଭାବଶାଳୀ ନେତୃତ୍ୱ ନେବାରେ ସାହାଯ୍ୟ କରିଛି । 
ଏହି ପରିବର୍ତ୍ତନର ଏକ ପ୍ରେରଣାଦାୟୀ ଉଦାହରଣ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତୁଆର ଗ୍ରାମପଞ୍ଚାୟତର ଦେଉଳିଆଥେଙ୍ଗା ଗ୍ରାମର ମଧୁସ୍ମିତା ସାହୁ । ଏକ ପ୍ରତିଭାବାନ ଶିଳ୍ପୀ, ମଧୁସ୍ମିତା ପ୍ରାଚୀନ ଏବଂ ସୁନ୍ଦର ତାଳପତ୍ର ପଟ୍ଟଚିତ୍ର କଳାରେ ବିଶେଷଜ୍ଞ । ଏହି ପାରମ୍ପରିକ ଶିଳ୍ପକଳା ପ୍ରତି ବିଶେଷ ଆଗ୍ରହ ରଖିଥିଲେ ହେଁ କାର୍ଯ୍ୟ ଆରମ୍ଭ ବେଳେ ଆର୍ଥିକ ବାଧାର ସମ୍ମୁଖୀନ ହୋଇଥିଲେ । ତେବେ ଓଡ଼ିଶା ଜୀବିକା ମିଶନର  ଜୀବନ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମରୁ ସହଯୋଗ  ମାଧ୍ୟମରେ ସେ ଆର୍ଥିକ ଅନିଶ୍ଚିତତାରୁ ଊଦ୍ଧ୍ୱର୍ରେ ଜଣେ ଉଦ୍ୟୋଗୀକୁ  ରୂପାନ୍ତରିତ ହୋଇପାରିଛନ୍ତି । ଜୟ ଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାବରେ ମଧୁସ୍ମିତା ଗ୍ରାମପଞ୍ଚାୟତ ମାଧ୍ୟମରେ ୧ ଲକ୍ଷ ଏବଂ ବ୍ୟାଙ୍କ  ମାଧ୍ୟମରେ ଅତିରିକ୍ତ ୧ ଲକ୍ଷର ଋଣ କରିଥିଲେ । ଏହି ଅର୍ଥକୁ ବ୍ୟବହାର କରି ସେ ଉଚ୍ଚ ଗୁଣାତ୍ମକ କଞ୍ଚାମାଲ, ଉନ୍ନତ ଉପକରଣ ଏବଂ ବ୍ୟାପକ ତାଲିମ  ନେଇଥିଲେ । ଓଡ଼ିଶା ଜୀବିକା ମିଶନ ଦ୍ୱାରା ଆୟୋଜିତ ଦକ୍ଷତା ଉନ୍ନତିକରଣ କର୍ମଶାଳା ଏବଂ ବଜାର ସଂଯୋଗୀକରଣ ବ୍ୟବସ୍ଥା ମଧୁସ୍ମିତାଙ୍କୁ ସ୍ଥାନୀୟ ବଜାର ଓ ବାହାରେ ତାଙ୍କ ଶିଳ୍ପକଳାକୁ ବିସ୍ତାର କରିବା ପାଇଁ ଦକ୍ଷତା ପ୍ରଦାନ କରିଥିଲା । 
ଆଜି ମଧୁସ୍ମିତା ଗର୍ବର ସହ ନିଜକୁ ଏକ ସଫଳ "ଲକ୍ଷପତି ଦିଦି' ଭାବରେ ପରିଚୟ ଦେଇଛନ୍ତି । ଯିଏ ମାସିକ ୧ ଲକ୍ଷର ଏକ ଉଲ୍ଲେଖନୀୟ ଆୟ କରିବା ସହ ବାର୍ଷିକ ପ୍ରାୟ ୧୨ ଲକ୍ଷ ଆୟ କରୁଛନ୍ତି । ତାଙ୍କର ତାଳପତ୍ର ପଟ୍ଟଚିତ୍ର ଉତ୍ପାଦଗୁଡ଼ିକ ବ୍ୟାପକ ପ୍ରଶଂସା ଅର୍ଜନ କରିଛି । ଓଡ଼ିଶା ଭିତରେ ନୁହେଁ ବରଂ ରାଜ୍ୟବାହାରେ ମଧ୍ୟ ପ୍ରଶଂସକମାନଙ୍କ ନିକଟରେ ପହଞ୍ଚିଛି ।