ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ, ଜଳିଗଲା ବହୁ ଶିବିର

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ପୁଣି ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ସେକ୍ଟର ୧୮ ଓ ୧୯ରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ତମ୍ବୁ ଶିବିର ପୋଡ଼ିଯାଇଛି । ଅଗ୍ନିକାଣ୍ଡ ଯୋଗୁ ଶିବିରରେ ଥିବା ଶରଣାର୍ଥୀ ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଥିବା ବେଳେ ପୁଣିଥରେ କାହିଁକି ଅଗ୍ନିକାଣ୍ଡ ଘଟିଲା ତା’ର କାରଣ ଖୋଜୁଛି ପ୍ରଶାସନ । ଅଗ୍ନିଶମ ଗାଡ଼ି ସମେତ ଏନ୍ଡିଆର୍ଏଫ୍ ଓ ଏସ୍ଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ସଙ୍ଗେ ସଙ୍ଗେ ନିୟାଁକୁ ଆହତ କରିଦେଇଥିବାରୁ ଏହାର ବ୍ୟାପକତା ସ୍ଥିର ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଏହି ସମାନ ସ୍ଥାନରେ ସମାନ ଧରଣର ଅଗ୍ନିକାଣ୍ଡ ଘଟି ବହୁ ଶିବିର ଜଳିପୋଡ଼ି ପାଉଁଶ ହୋଇଥିଲା । ୨୦ଟି ଶିବିରକୁ ନିଅାଁ ବ୍ୟାପିଯିବାରୁ ବହୁ ସମ୍ପତ୍ତି ନଷ୍ଟ ହୋଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚô ନିଅାଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ । ସେହିପରି ଗତ ଜାନୁଆରୀ ୧୯ରେ ମଧ୍ୟ ସେକ୍ଟର୍ ୧୯ରେ ଏକ ଗ୍ୟାସ୍ ସିଲିଣ୍ଡର୍ ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଆଜି ଘଟଣାକୁ ମିଶାଇ ତିନି ତିନି ଥର ଅଗ୍ନିକାଣ୍ଡ ଘଟିଥିବା ବେଳେ ଶିବିରାର୍ଥୀଙ୍କୁ ସଚେତନ ସହ ରହିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।