ମନ୍ଥର ଗତିରେ ଚାଲିଛି ନଦୀବନ୍ଧ ସୁରକ୍ଷା କାର୍ଯ୍ୟ
ାା ପ୍ରଭାନୁ୍ୟଜ୍ ।ା ଚାନ୍ଦବାଲି: ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ କଚ୍ଛପ ଗତିରେ ଚାଲିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବାଲିଆପାଳ ମନ୍ତେଇ ନଦୀର ପଥର ବିଛାଣ କାର୍ଯ୍ୟ । ଆଜକୁ ଦୀର୍ଘବର୍ଷ ହେବ ନଦୀ ଆଁରେ ବାଲିଆପାଳ ଗାଁ ଅନେକ ଧିବର ପରିବାର ନିଜର ଘର ଏବଂ ନିଜର ପିଲା ମାନଙ୍କୁ ଏହି ନଦୀ ଗର୍ଭରେ ହରେବାକୁ ପଡିଛି, ହେଲେ ଏମାନଙ୍କ ଦୁଖ ଶୁଣିବାକୁ ସରକାର ଅସମର୍ଥ ।ରାଜ୍ୟ ସରକାରଙ୍କ ଚାନ୍ଦବାଲି ଜଳ ସମ୍ପଦ ବିଭାଗ ତରଫରୁ ବାଲିଆପାଳ ମନ୍ତେଇ ନଦୀର ସୁରକ୍ଷା ବନ୍ଧ ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ପାଇଁ ବ୍ୟୟ ବରାଦ ଥିବା ବେଳେ ଆଜକୁ ଦୀର୍ଘ ୨ବର୍ଷ ହେବ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ନା ଧରୁନି । କାର୍ଯ୍ୟ ନିର୍ବାହୀ ଯନ୍ତ୍ରି କାର୍ଯ୍ୟ ତଦାରଖ କରିବାକୁ ଆସୁନଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଜକୁ ଏକ ବର୍ଷହେବ କାର୍ଯ୍ୟ ବନ୍ଦ ଥିବାବେଳେ ହଠାତ ରାତି ଅଧିଆ ପଥର ବୋଝେଇ ଗାଡି ପହଞ୍ଚିବା ଦେଖିବାକୁ ମିଳିଛି । ଏ ନେଇ ଅଞ୍ଚଳବାସୀଙ୍କ ସନେ୍ଦହ ଜାତ ହୋଇଛି । ଯେଉଁ କାମ ଖରା ଦିନରେ କରାଯିବା କଥା ସେ କାମକୁ ଏବେ ବର୍ଷା ଦିନରେ କରିବା ନେଇ ସାଧାରଣରେ ସନେ୍ଧହ ଜାତ ହେଉଛି । ତେବେ ଠିକାଦାର ପୁରଣା ବକେୟା ପାଉଣା ପାଇବା ପାଇଁ ଏମିତି କରିଥିବା କହିଛନ୍ତି ଅଞ୍ଚଳବାସୀ । ଚାରୋଟି ପଞ୍ଚାୟତବାସୀ ଯାତାୟତ କରୁଥିବା ନଦୀବନ୍ଧ ରାସ୍ତାକୁ ଉକ୍ତ ଠିକାଦାର ନିଜର ପଥର ଗାଡି ନେଇ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ଏନେଇ ଅଞ୍ଚଳବାସୀ ଅଭିଯୋଗ କଲେ ଉକ୍ତ ଠିକାଦାରଙ୍କ କର୍ମଚାରୀ ନାଲିଆଖି ଦେଖାଉଥିବାର ଅଭିଯୋଗ ହେଉଛି । ପଥର ଲୋଡ ଗାଡି ରାତିରେ ଯାତାୟତ ପାଇଁ ଅନୁମତି ଥିବା ବେଳେ ଦିନରେ ଯାତାୟତ କରୁଛି । ଫଳରେ ଅଞ୍ଚଳବାସୀ ଦୁର୍ଘଟଣାର ଶିକାର ହେଉଛନ୍ତି । ଦିତୀୟ ଥର ଟେଣ୍ଡରକୁ ୮ମାସରୁ ଅଧିକ ହୋଇଥିଲେ ମଧ୍ୟ କାର୍ଯ୍ୟ ନକରି ଆଗକୁ ବର୍ଷାଦିନ ଆସୁଥିବାରୁ ଅଳ୍ପକିଛି କାମକରି ବିଲ ଉଠାଇବାକୁ ଯୋଜନା ଚାଲିଥିବା କହିଛନ୍ତି ବୁଦ୍ଧିଜୀବୀମାନେ । ବିଭାଗୀୟ ଅଧିକାରୀ ଏବଂ ଉକ୍ତ ଠିକାଦାର ମାନଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ତୁରନ୍ତ ଏହି ବିଷୟରେ ତଦନ୍ତ କରି ଉକ୍ତ ଠିକାଦାର ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସି ଦାବୀ କରିଛନ୍ତି ।