ନବୀନ ଗଢ଼ିଲେ ‘ନୂଆପଡ଼ା’ ଟିମ୍‌ : ପଶ୍ଚିମ ଓଡ଼ିଶା ନେତାଙ୍କୁ ଗୁରୁଦାୟିତ୍ୱ

ନବୀନ ଗଢ଼ିଲେ ‘ନୂଆପଡ଼ା’ ଟିମ୍‌ : ପଶ୍ଚିମ ଓଡ଼ିଶା ନେତାଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ନିମନ୍ତେକମିଟି ଗଠନ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଷ୍ଟିୟରିଂ କମିଟି, ଜୋନାଲ କମିଟି ଓ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରିଛନ୍ତି । ବିଶେଷକରି ନବୀନ ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି । ଏଥର କିନ୍ତୁ କିଛି ଅଲଗା ହୋଇଛି । ପୂର୍ବରୁ ଉପନିର୍ବାଚନ ପରିଚାଳନାରେ ଗୁରୁଦାୟିତ୍ୱ ନିର୍ବାହ କରୁଥିବା ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା, ପ୍ରତାପ ଜେନାଙ୍କ ଭଳି ଟାଣୁଆ ନେତାଙ୍କୁ କିନ୍ତୁ ଏହି କମିଟିରେ ନବୀନ ସାମିଲ୍‌ କରିନାହାନ୍ତି ।

୬ ଜଣିଆ ଷ୍ଟିୟରିଂ କମିଟିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଗିନୀ ଛୁରୀଆ, ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାଁ ରହିଛନ୍ତି । କେବଳ ସେତିକି ନୁହେଁ, ୬ ଜିଲ୍ଲା ପରିଷଦ ଜୋନ୍‌ ଓ ୪ ସହରାଞ୍ଚଳ ଜୋନ୍‌ ପାଇଁ ମଧ୍ୟ କମିଟି ଗଠନ ହୋଇଛି । କଳିକେଶ ନାରାୟଣ ସିଂହଦେଓ ଓ ଶାରଦା ନାୟକଙ୍କୁ ନୂଆପଡ଼ା ଏନଏସି ଜୋନାଲ କମିଟି ଦାୟିତ୍ୱ ଦିଆଯାଇଥିବା ବେଳେ ରୋହିତ ପୂଜାରୀ ଓ ବିକ୍ରମ ପଣ୍ଡାଙ୍କୁ ଖରିଆର ଏନଏସି ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସୁଦାମ ମାରାଣ୍ଡି, ସରୋଜ ମେହେର, ଦେବେଶ ଆଚାର୍ଯ୍ୟ, ପ୍ରଦୀପ ମାଝୀ, ମନୋହର ରାନ୍ଧାରୀ  ଓ ଯୋଗେଶ ସିଂଙ୍କୁ ୬ ଜିଲ୍ଲା ପରିଷଦ ଜୋନ ଦାୟିତ୍ୱରେ ରହିବେ । ଅଧିରାଜ ପାଣିଗ୍ରାହୀ, ଅବନୀ ଯୋଶୀ ଓ ମନୋଜ ମିଶ୍ରଙ୍କୁ ନେଇ ସ୍ଥାନୀୟ କାର୍ଯ୍ୟାନୁଷ୍ଠାନ କମିଟି ଗଠନ ହୋଇଛି ।