ମମତା ବାନାର୍ଜୀଙ୍କ ଲଜ୍ଜାଜନକ ମନ୍ତବ୍ୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ମହିଳା । ନିଜ ରାଜ୍ୟରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣକୁକର୍ମ କରାଗଲା । ହେଲେ ଏଭଳି ସଂଗୀନ ପ୍ରସଙ୍ଗରେ ମମତାଙ୍କ ଲଜ୍ଜାଜନକ ମନ୍ତବ୍ୟ ଆଜି ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତିଯେ, ରାତି ସାଢେ଼ ୧୨ଟାରେ ସେ ବାହାରକୁ ଯାଉଥିଲେ କାହିଁକି ? ରାତିରେ ଯିବାକୁ ଅନୁମତି ଦେବା ଉଚିତ୍ ନୁହେଁ । ଏମିତିକି ଝିଅର ସୁରକ୍ଷା ଦାୟିତ୍ୱ ଉକ୍ତ ଘରୋଇ ମେଡ଼ିକାଲ କଲେଜର ବୋଲି ସେ କହିଛନ୍ତି । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ମମତା ସମାଲୋଚନାର ଶରବ୍ୟ ହୋଇଛନ୍ତି ।