ମସ୍କ ଦେବେ ଟ୍ରମ୍ପଙ୍କୁ ଟକ୍କର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଶିଳ୍ପପତି ଏଲନ ମସ୍କଙ୍କ ଭିତରେ ବିବାଦ ନୂଆ ମୋଡ଼ ନେଇଛି । ରାଜନୈତିକ ଦଳ ଗଠନ ନେଇ ଏଲନ ମସ୍କଙ୍କ ବଡ଼ ଘୋଷଣା । ଶିଳ୍ପପତି ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଥିବା ଏଲନ ମସ୍କ ‘ଆମେରିକା ପାର୍ଟି’ନାଁରେ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି । ଏହାସହ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରାଜନୈତିକ ଭାବେ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ମସ୍କ । ଗୋଟିଏ ପାର୍ଟି ସିଷ୍ଟମରୁ ଆମେରିକୀୟଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ମସ୍କ । କେବଳ ଏତିକି ନୁହେଁ ଏକ ସର୍ଭେ ଅନୁଯାୟୀ ୨-୧ ଅନୁପାତରେ ଆମେରିକୀୟ ମାନେ ନୂଆ ରାଜନୈତିକ ଦଳ ବିକଳ୍ପର ଇଚ୍ଛା ପ୍ରକାଶ କରିବା ପରେ ଏହି ଦଳ ଗଠନ ନେଇ ନିଷ୍ପତ୍ତି ହୋଇଥିବା ମସ୍କ କହିଛନ୍ତି । ଟେସଲା ମାଲିକ ଏଲନ ମସ୍କଙ୍କ ଏପରି ଘୋଷଣା ପରେ ଆମେରିକାର ରାଜନୈତିକ ହଲଚଲ ବଢ଼ିଯାଇଛି ।