ଏନକାଉଣ୍ଟରରେ ୩ ମାଓବାଦୀ ନିପାତ

ଛତିଶଗଡ ଦାନ୍ତେୱାଡା ପୁଲିସ କୁ ବଡ ସଫଳତା । ଦାନ୍ତେୱାଡାରେ ଯବାନଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିପାତ । ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳିବିନିମରେ ଟଳି ପଡିଛନ୍ତି ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଛି । କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଛନ୍ତି ସୁରକ୍ଷା କର୍ମୀ । ଏବେବି ଚାଲିଛି ସର୍ଚ୍ଚ ଅପରେସନ ।