ପ୍ରଧାନମନ୍ତ୍ରୀ ସାଉଦିଆରବ ଗସ୍ତରେ

ପ୍ରଧାନମନ୍ତ୍ରୀ ସାଉଦିଆରବ ଗସ୍ତରେ

ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୁଇ ଦିନିଆ ସାଉଦି ଆରବ ଗସ୍ତ ଆରମ୍ଭ  ।  ସାଉଦି ଆରବ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୃଦୁଢ କରିବାର ଲକ୍ଷ୍ୟ ରହିଛି । ପୂର୍ବରୁ‌ ମୋଦୀ ଗସ୍ତ ବେଳେ ସାଉଦି ଆରବକୁ ଭାରତର ସବୁଠାରୁ ‘ବିଶ୍ୱସ୍ତ ବନ୍ଧୁ’ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ବଢୁଥିବା ସମ୍ପର୍କର ‘ଅସୀମ ସମ୍ଭାବନା’ ଉଲ୍ଲେଖ କରିଥିଲେ  । ସାଉଦି ଆରବ ଯାଇ ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ଭେଟିବେ ମୋଦୀ ।   ପ୍ରଧାନମନ୍ତ୍ରୀ ମୋଦୀ ଆଜି, ଏପ୍ରିଲ ୨୨ ରେ ଜେଦ୍ଦାହକୁ ଦୁଇ ଦିନିଆ ଗସ୍ତରେ ଯିବେ ବୋଲି ସୂଚନା ରହିଛି । ୨୦୧୬ ଏବଂ ୨୦୧୯ରେ ରିୟାଦ କୁ ଯାତ୍ରା କରିଥିବା ବେଳେ ଏହା ମଧ୍ୟପ୍ରାଚ୍ୟ ଦେଶକୁ ମୋଦୀଙ୍କ ତୃତୀୟ ଗସ୍ତ । ଯାତ୍ରା ଆରମ୍ଭ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ସାଉଦି ଆରବ ସହିତ ଭାରତର ସମ୍ପର୍କକୁ ଗର୍ବ ଅନୁଭବ ହୁଏ  । ସାଉଦି ଆରବ ହେଉଛି ଭାରତର ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ଅଂଶୀଦାରମାନଙ୍କ ମଧ୍ୟରୁ ଅନ୍ୟତମ  ।  ଏକ ସାମୁଦ୍ରିକ ପଡ଼ୋଶୀ, ଏକ ବିଶ୍ୱସ୍ତ ବନ୍ଧୁ ଏବଂ ଉତ୍ତମ  ସହଯୋଗୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।