ମହାକାଶରେ ଆବର୍ଜନା
ବିଭିନ୍ନ ସମୟରେ ବିଶ୍ୱର ଅନେକ ରାଷ୍ଟ୍ର ସେମାନଙ୍କର ବ୍ୟବହାର ପାଇଁ ମହାକାଶକୁ କୃତ୍ରିମ ଉପଗ୍ରହ ପଠାଉଛନ୍ତି । ଏହି ଉପଗ୍ରହ ଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ଆୟୁଷ ସୀମା ରହିଛି । ଆୟୁଷ ସୀମା ଅତିକ୍ରାନ୍ତ ହେବା ପରେ ସେଗୁଡ଼ିକ ମହାଶୂନ୍ୟରେ ଆବର୍ଜନା ଭାବରେ ଘୁରି ବୁଲୁଛି । ସେସବୁକୁ ଆଉ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯିବାର କିଛି ବ୍ୟବସ୍ଥା ନାହିଁ । ତେଣୁ ହଜାର ହଜାର ଏହିଭଳି କୃତ୍ରିମ ଉପଗ୍ରହ ଅକାମୀ ହୋଇ ପୃଥିବୀ ଚାରିପଟେ ମହାଶୂନ୍ୟରେ ଘୁରୁଛି ।
ବିଶ୍ୱର ସବୁଠାରୁ ଧନୀ ଏଲନ୍ ମସ୍କ୍ଙ୍କ ସଂସ୍ଥା "ଷ୍ଟାର୍ଲିଙ୍କ୍୍' ୬ ହଜାର ୭୬୪ଟି କୃତ୍ରିମ ଉପଗ୍ରହ ମହାକାଶକୁ ପଠାଇଛି । ସେଥିମଧ୍ୟରୁ ୬ ହଜାର ୭୧୪ଟି ଆଉ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ । ମହାକାଶକ ପଠାଯାଉଥିବା ଉପଗ୍ରହ ଗୁଡ଼ିକ ଧୀରେ ଧୀରେ ଅକାମୀ ହୋଇଯାଉଛି ଏବଂ ଭବିଷ୍ୟତରେ ମହାକାଶକୁ ପଠାଇବାକୁ ଥାବା ଉପଗ୍ରହ ପାଇଁ ବିପଦ ସୃଷ୍ଟି କରୁଛି । ଇତିମଧ୍ୟରେ ଏଲନ୍ମସ୍କଙ୍କ କମ୍ପାନୀ ଅଳ୍ପ କିଛି ମାସ ମଧ୍ୟରେ ଶହେରୁ ଅଧିକ ଷ୍ଟା୍ର୍ଲିଙ୍କ୍ ସାଟେଲାଇଟ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଲାଗି ଯୋଜନା ପ୍ରସ୍ତୁତ କରାଇସାରିଲାଣି । ଏହି ଶହେଟି ଅକାମୀ ସାଟେଲାଇଟ୍କୁ କକ୍ଷପଥରୁ ଫେରାଇ ଆଣିବା ପ୍ରକ୍ରିୟାକୁ ଡ଼ିଅରବିଟିଂ କୁହାଯାଉଛି । କକ୍ଷପଥରୁ ଏ ଗୁଡ଼ିକୁ ଫେରାଇ ଆଣି ପୃଥିବୀ ପୃଷ୍ଠ ଆଡକୁ ଅଣାଗଲେ ପୃଥିବୀର ବାୟୁମଣ୍ଡଳରେ ଥିବା ଅଣୁ ଗୁଡ଼ିକ ସହିତ ଘସି ହୋଇ ଏ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଜଳି ଧ୍ୱଂସ ପାଇିବ ବୋଲି କୁହାଯାଉଛି । ଏହି ପ୍ରକ୍ରିୟାରେ ବର୍ଷକୁ ହଜାର ହଜରା ଉଲ୍କା ପୃଥିବୀ ପୃଷ୍ଠରେ ନପଡ଼ି ବାୟୁମଣ୍ଡଳରେ ହିଁ ଧ୍ୱଂସ ହୋଇଥାଏ । ତେବେ ଏ ଗୁଡ଼ିକ ପ୍ରକୃତରେ ବାୟୁ ମଣ୍ଡଳରେ ଘସି ହୋଇ ନଷ୍ଟ ହୋଇଯିବ କିମ୍ବା ଏହାର ଅବଶେଷ ପୃଥିବୀ ପୃଷ୍ଠରେ ପଡ଼ିବ-ସେନେଇ ଭିନ୍ନ ମତ ପ୍ରକାଶ ପାଇଲାଣି । ଏହା ଯଦି ପୃଥିବୀ ପୃଷ୍ଠରେ ପଡ଼େ ତେବେ ପୃଥିବୀ ପୃଷ୍ଠରେ ଅନେକ କ୍ଷୟକ୍ଷତି କରିବା ସହିତ ପୃଥିବୀର ବାୟୁମଣ୍ଡଳର ମଧ୍ୟ କ୍ଷତି କରିବାର ସମ୍ଭାବନା ଥିବା କଥା ଅନେକ ବୈଜ୍ଞାନିକ ପ୍ରକାଶ କରୁଛନ୍ତି ।
ମହାକାଶରେ ଆବର୍ଜନା ସଫା କରିବାର ପ୍ରକ୍ରିୟା ଏକ ଜଟିଳ ପ୍ରକ୍ର୍ିୟା । ଏସବୁକୁ ପରିଷ୍କାର କରାନଗଲେ ଭବିଷ୍ୟତର ଉପଗ୍ରହ ଗୁଡ଼ିକ ପାଇଁ ଏହା ଯେତିିକି ବିପଦ ସୃଷ୍ଟି କରୁଛି ପୃଥିବୀର ବାୟୁମଣ୍ଡଳକୁ ଆଣିବା ବ୍ୟବସ୍ଥା କରାଗଲେ ମଧ୍ୟ ବାୟୁମଣ୍ଡଳର ବିଭିନ୍ନ ସ୍ତରରେ କ୍ଷତ ପହଞ୍ଚାଇବା ସହିତ ଓଜନସ୍ତରକୁ ମଧ୍ୟ କୁପ୍ରଭାବିତ କରିବାର ସମ୍ଭାବନା ରହିଛି । କୃତି୍ରମ ଉପଗ୍ରହ ଗୁଡ଼ିକରେ ବିଭିନ୍ନ ପ୍ରକାରର ଧାତୁ ବ୍ୟବହାର କରାଯାଇଥାଏ । ଏହି ଧାତୁ ଗୁଡ଼ିକ ପୃଥିବୀ ବାୟୁମଣ୍ଡଳରେ ଉପଗ୍ରହ ସହିତ ପ୍ରବେଶ କରି ଉଲ୍୍କା ଭଳି ଜଳି ଉଠିଲେ ଷ୍ଟାର୍ଟୋସ୍ପିୟର୍ରେ ଏସବୁର ସୂକ୍ଷ୍ମ କଣିକା ଘୂରି ବୁଲିବ । ଯାହାର ଧାଉଁ ବାୟୁମଣ୍ଡଳରେ କ୍ଷତିକାରକ ପ୍ରଭାବ ପଠାଇବ । ଏଭଳି ଏକ ସମସ୍ୟାକୁ ଦୃଷ୍ଟିରେ ରଖି ୫ ବର୍ଷ ପୂର୍ବେ ଆମେରିକାର ଏକ ନିୟମ କରାଯାଇଥିଲା । ଏହି ନିୟମ ଅନୁଯାୟୀ ମହାଶୂ୍ୟରେ ପୃଥିବୀ ଚାରିପଟେ ଘୂରିବା ପାଇଁ କୃତ୍ରିମ ଉପଗ୍ରହ ଗୁଡ଼ିକୁ କକ୍ଷ ପଥରେ ପଠାଯିବା ପରେ ୨୫ ବର୍ଷ ପରେ ଏଗୁଡ଼ିକ ପୁର୍ନବାର ପୃଥିବୀ ପୃଷ୍ଠକୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ପଡ଼ିବ । ଏଥିରେ ଅଳ୍ପ ଇନ୍ଧନ ଥିବା ସମୟରେ ଏହାକୁ ପୃଥିବୀ ପୃଷ୍ଠକୁ ଅଣାଯାଇ ନଷ୍ଟ କରାଯିବା କିମ୍ବା ପ୍ରଶା" ମହାସାଗରରେ ଏହି ଉପଗ୍ରହ ଗୁଡ଼ିକରେ ଏକ କବରସ୍ଥଳ ଚିହ୍ନଟ କରାଯାଇ ସେହିଠାରେ ପକାଯିବ । ଏହି ଉପଗ୍ରହ ଗୁଡ଼ିକ ଅକାମୀ ହେଲେ ମଧ୍ୟ ଏହାର ଇନ୍ଧନ ଭାବରେ ବ୍ୟବହାର କରାଯାଉଥିବା କିଛି ତେଜସ୍କ୍ରୀୟ ପଦାର୍ଥ ପୃଥିବୀ ପୃଷ୍ଠ ଏବଂ ପୃଥିବୀର ଉପରି ଭାଗରେଥିବା ବାୟୁମଣ୍ଡଳ ପାଇଁ ବିପଦ ସୃଷ୍ଟି କରିବାର ଅନେକ ସମ୍ଭାବନା ଅଛି । ଅକାମୀ ଉପଗ୍ରହ ଗୁଡ଼ିକର ସମସ୍ୟାକୁ ଦୃଷ୍ଟିରେ ରଖି ୟୁରୋପୀୟ ମହାକାଶ ସଂସ୍ଥ ଏବଂ ନାସା ଏକ ସ୍ୱତନ୍ତ୍ର ଧରଣର ଉପଗ୍ରହ ପ୍ରସ୍ତୁତ କରୁଛନ୍ତିି । ଏହାକୁ ଡ଼ିଜାଇନ୍ ଫର ଡ଼ିମାଇସ୍ କୁହାଯାଉଛି । ଏହା ବାସ୍ତବ ରୂପ ନେଲେ ମହାକାଶର ଆବର୍ଜନା ଆଉ ପୃଥିବୀରେ ଆବର୍ଜନା ହୋଇ ପୃଥିବୀ ପୃଷ୍ଠକୁ ଫେରିବ ନାହିଁ ।