ଭାଷାଗର୍ବ ଛଳନାରେ ପଶ୍ଚିମବଂଗରୁ ପଶ୍ଚିମବଂଗଳାଦେଶ

ମହାମେଘବାହନ 
ଐର ଖାରବେଳ ସ୍ୱାଇଁ : ଗୋଟିଏ ବଡ଼ ଖୋଜି ହେଉନଥିବା ଭାରତୀୟ ରାଜନୀତି କହୁଛି ଯେ, ଯେତେବେଳେ ରାଷ୍ଟ୍ରୀୟ ଭାବନା ହେଉଛି ବଡ଼ ଆକାରର ଏବଂ ଯେତେବେଳେ ଆଂଚଳିକ ବିଦ୍ୱେଷମାନ ରହୁଛି ସେତେବେଳେ ସେହିଗୁଡ଼ିକୁ ରକ୍ଷା କରାଯିବା ଉଚିତ  । ଏହି ଧରଣର ବିଚାରଗୁଡ଼ିକ କେବେ ହେଲେ ପୂର୍ବରୁ ନିଧାର୍ଯ୍ୟ ହୋଇନାହିଁ  । ଏପରିକି ଶ୍ରେଷ୍ଠ କୌଶଳ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ ଏହାକୁ ସଦାବେଳେ ଭୁଲ୍ ବୋଲି ଧରିଥାନ୍ତି  । ନିକଟ ଅତୀତରେ ଗୋଟିଏ ମଧ୍ୟମ ସ୍ତରର ବିଜେପି କାର୍ଯ୍ୟକର୍ତ୍ତା ବର୍ଣ୍ଣନା କଲେ ଯେ, ଗୋଟିଏ ପ୍ରକାରର କଥା ସବୁଆଡ଼ ପାଇଁ ସମାନ । ତାଙ୍କର ଅଭିଜ୍ଞତା ହେଉଛି ଗୋଟିଏ ଦଳର ଭାଷ୍ୟକାର ଯିଏ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ବାର୍ଷିକୀ ୨୦୧୯ରେ ପାଳନ କରିଛନ୍ତି, ତାହା ଏକ ଦୃଷ୍ଟାନ୍ତ  । କହିବାକୁ ଗଲେ ସେଠାରେ ଗୋଟିଏ ନିଦେ୍ର୍ଦଶ ଥିଲା ଦିଲ୍ଲୀରୁ ପଦଯାତ୍ରା କଲା ବେଳେ ଜଣକୁ ଗାନ୍ଧୀଙ୍କ ରୂପରେ ସଜାଇ ଓ ସେହି ପୋଷାକ ପିନେ୍ଧଇ ତାଙ୍କୁ ଶୋଭାଯାତ୍ରାରେ ନେବା ପାଇଁ  । ଏହା ଦାଣ୍ଡି ପଦଯାତ୍ରାର ସ୍ୱରୂପ ହିସାବରେ ଉପସ୍ଥାପିତ କରାଯିବା କଥା  । କିନ୍ତୁ ଏ କ୍ଷେତ୍ରରେ ସ୍ଥାନୀୟ ଦଳର ଅତି ଧୀର ପ୍ରତିବାଦକୁ ଆଡ଼େଇ ଦିଆଗଲା ଏବଂ ଏହି କାର୍ଯ୍ୟକ୍ରମକୁ ଗ୍ରହଣ କରାଗଲା,  ଯେତେବେଳେ ଗ୍ରୀଷ୍ଣ ତା’ର ଚରମ ସ୍ଥିତିରେ ଥିଲା  । ସ୍ଥାନୀୟ ନିର୍ବାଚନ ଏହି ସମୟରେ ଥିଲେ ମଧ୍ୟ ଏହାକୁ ଅବଜ୍ଞା କରାଗଲା  । ଏହି ଯାତ୍ରାର ଆୟୋଜନ କରାଗଲା କିନ୍ତୁ ଯାତ୍ରାଟିର କୌଣସି ସ୍ଥାନୀୟ ସମ୍ପର୍କ ରହିଲା ନାହିଁ  । ଏହାର କାରଣ ହେଉଛି ଯେ, କେବଳ ଏହା ଭୁଲ୍ ସମୟରେ ଆୟୋଜିତ ହୋଇଥିଲା  ।  କେବଳ ସେତିକି ନୁହେଁ, ମହାତ୍ମା ଗାନ୍ଧୀଙ୍କ ପ୍ରତି ବଂଗାଳି ଦୃଷ୍ଟିଭଂଗୀ ମଧ୍ୟ ସଦାବେଳେ ବଡ଼ ଅସ୍ପଷ୍ଟ  । ଯେତେବେଳେ ଗାନ୍ଧୀଙ୍କୁ ପଶ୍ଚିମ ବଂଗରେ ଗୋଟିଏ ସାଧୁ ଚରିତ୍ରର ଲୋକ ହିସାବରେ ଦେଖାଯାଇଥାଏ, ତାଙ୍କର ବିପ୍ଲବୀ ଶବ୍ଦଟି ପ୍ରତି ବିରୋଧୀ ବଂଗାଳିମାନଙ୍କୁ କେବେ ହେଲେ ସନ୍ତୁଷ୍ଟ କରିନାହିଁ  । ସେମାନେ ନେତାଜୀଙ୍କୁ ସବୁବେଳେ ସମ୍ମାନ କରି ଆସିଛନ୍ତି  । ଯିଏ ବଂଗାଳିମାନଙ୍କର ଭାବନାରେ ସବୁବେଳେ ରହି ଆସିଛନ୍ତି ଏବଂ ସବୁବେଳେ ଗାନ୍ଧୀଙ୍କର ପରମ୍ପରା ବିବାଦାସ୍ପଦ ହୋଇ ରହିଛି  । 
ଆଂଚଳିକ ଦଳମାନଙ୍କ ପରି ଯେଉଁମାନଙ୍କର କୌଣସି ବାଧ୍ୟତା ନାହିଁ ତାଙ୍କ ସଂସ୍କୃତିର ପରିସୀମା ବାହାରେ ଦେଖିବା ପାଇଁ ବା ରାଜ୍ୟ ବାହାରେ ଦେଖିବା ପାଇଁ ସେତେବେଳେ ଏହା ବୁଝାଯାଏନାହିଁ ଯେ, ଏ ସମ୍ପର୍କରେ କୌଣସି ସ୍ପନ୍ଦନ ଭାରତରେ ନାହିଁ  । ଭାରତୀୟ ଜନତା ପାର୍ଟି ପରି ରାଷ୍ଟ୍ରୀୟ ଦଳ ଏ ସମ୍ପର୍କରେ ଅଧିକ ସ୍ପର୍ଶକାତାର ହେବା ଦରକାର ଓ ବିବିଧତାକୁ ଦେଖିବା ମଧ୍ୟ ଉଚିତ  । ଏହା ହେଉଛି ଆନେ୍ଦାଳନର ଐତିହାସିକ ସମ୍ପର୍କ ହିନ୍ଦୀ, ହିନ୍ଦୁ, ହିନ୍ଦୁସ୍ଥାନ ସଂସ୍କୃତି ସହ  । ଯଦିଓ ଏହି କଥାକୁ ବିଶ୍ୱାସ କରୁଥିବା ଅଂଚଳ ହେଉଛି ବହୁତ ଅଲଗା ଆଜି ଏହାକୁ ନାନା ପ୍ରକାର ଭାବରେ ବ୍ୟଙ୍ଗ କରାଯାଇଛି  । ଆଂଚଳିକ ଦଳମାନେ ବିଜେପିକୁ ଏହି ଭାବରେ ରୂପାୟିତ କରିଛନ୍ତି ଯେତେବେଳେ ସେମାନଙ୍କର ଏହି ଦଳ ସହିତ ମେଂଟ ହୋଇଛି  । ଅଧିକାଂଶ ଆଦର୍ଶଗତ ଅସ୍ତ୍ର ତଥାକଥିତ ବିଜେପିର ହିନ୍ଦୁତ୍ୱ ସମ୍ପର୍କରେ ବାମପନ୍ଥୀମାନଙ୍କ ଦ୍ୱାରା ଅଲଗା ରୂପରେ ବର୍ଣ୍ଣିତ ହୋଇଛି ଯାହା ହେଉଛି ନିର୍ବାଚନରେ ଦଳମାନଙ୍କର ରୂପର ପ୍ରବର୍ତ୍ତନ  । କିନ୍ତୁ ଏହି ରୂପକୁ ଇଣ୍ଡିଆ ମେଂଟ ଗ୍ରହଣ ନ କରି ତାକୁ ଏକପ୍ରକାର ପୋତି ଦେଇଛି  । ଭାଷା ହେଉଛି ବାସ୍ତବରେ ଗୋଟିଏ ଦୁଧ ଦେଉଥିବା ଗାଈ  । ଏହା କୌଣସି ପୁଞ୍ଜ୍ିଲଗାଣର ଆବଶ୍ୟକତା କରେ ନାହିଁ  । ଯାହା ଅଳ୍ପ କେତେକ ଲୋକଙ୍କର ଆବଶ୍ୟକତାକୁ ନେଇଥାଏ  । ବାଲ  ଠାକରେଙ୍କର ଉତ୍ତରାଧିକାରୀମାନେ କେତେକ ମୁମ୍ବାଇର ଦରିଦ୍ର ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି କାରଣ ସେମାନେ ମରାଠୀ ଜାଣିନାହାନ୍ତି  । ଏହାଛଡ଼ା ଗୁଜରାଟରେ ଯେଉଁ ସାଇନ ବୋର୍ଡ ଗୁଡ଼ିକ ଅଛି ତାକୁ ସେମାନେ ଚିରି ଦେଇଛନ୍ତି  । ତଥାପି ମଧ୍ୟ ବଦମାସୀ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହା ଅତି ବ୍ୟାପକ  । ଏହାର କାରଣ ହେଉଛି ଗୋଟିଏ ରାଷ୍ଟ୍ରୀୟ ଦଳ କେବେ ହେଲେ ଭାଷାମାନଙ୍କର ବିବାଦରେ ଅଂଶଗ୍ରହଣ କରିବା ଉଚିତ ନୁହେଁ  । ଭାଷା ଉଗ୍ରବାଦୀମାନେ ଅଧିକାଂଶ ସମୟରେ ବିଭିନ୍ନ କାରଣମାନ ଖୋଜନ୍ତି, ଯାହା ସେମାନଙ୍କୁ ମିଳିଥାଏ କିନ୍ତୁ ଭୁଲ ରୂପରେ  । ଏହା ଆହୁରି ଅଧିକ ହୋଇଥାଏ କାରଣ ଗୋଟିଏ ରାଷ୍ଟ୍ରୀୟ ଦଳ କେବେ ହେଲେ ଗୋଟିଏ ଦେଶର ଭାଷାମାନଙ୍କ ମଧ୍ୟରେ ଲଢ଼େଇରେ ଅଂଶଗ୍ରହଣ କରିପାରିବ ନାହିଁ  । ଭାଷା ଚରମପନ୍ଥୀମାନେ ଅଧିକାଂଶ ସମୟରେ ରାସ୍ତା ଖୋଜନ୍ତି ଯାହା ତାଙ୍କୁ ଭୁଲ କ୍ରମେ ବେଳେ ବେଳେ ମିଳିଯାଏ  । ନିର୍ବାଚନର ଅବସ୍ଥା ସୃଷ୍ଟି ହେଲେ ନିଶ୍ଚିତ ଭାବରେ ସୁବିଧା ମଧ୍ୟ ସୃଷ୍ଟି ହୁଏ  ଆଂଚଳିକ ଦଳମାନଙ୍କ ପାଇଁ  । କାରଣ ସେମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ବଡ଼ ଆକାରରେ ଲଢ଼େଇରେ ବ୍ୟସ୍ତ ରହିଯାନ୍ତି  । ଏ ସମ୍ପର୍କରେ ଡିଏମ୍କେ ଦଳର ତାମିଲ ଭାଷାର ଜୟଗାନ କରିବା ଏକ ବଡ଼ କାର୍ଯ୍ୟ ହୋଇଛି  । ସେଥିପାଇଁ ଡିଏମ୍କେ ଗୋଟିଏ ସ୍ପଷ୍ଟ ତାମିଲ ପରିଚୟ ଖୋଜୁଛି ଯାହା ସବୁ କ୍ଷେତ୍ରରେ ସ୍ୱତନ୍ତ୍ର ବୋଲି କୁହାଯାଉଛି ଦାକ୍ଷିଣାତ୍ୟର ତଳ ଅଂଚଳମାନଙ୍କରେ  । ଏହା ମଧ୍ୟ ଦାକ୍ଷିଣାତ୍ୟର ରାଜ୍ୟ ରାଜ୍ୟମାନଙ୍କ ମଧ୍ୟରେ ସଂର୍ଘ୍ଷ ସୃଷ୍ଟି କରିଛି  । ଆହୁରି ମଧ୍ୟ ପ୍ରନ୍ôତତ୍ତ୍ୱ ଦୃଷ୍ଟିରୁ ରାଜ୍ୟ ରାଜ୍ୟ ମଧ୍ୟରେ ଇଲାଡିରେ ଖୋଦିତ ହୋଇଥିବା ବସ୍ତୁମାନଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି  । ଇଲାଡି ହେଉଛି ମଦୁରାଇ ନିକଟସ୍ଥ ଅଂଚଳ  । ଏହା ବାସ୍ତବରେ ବଡ଼ ମଜାର କଥା ଯେ, ଆଂଚଳିକତାବାଦକୁ ତାମିଲନାଡୁରେ ଅନୁମତି ଦିଆଯାଇନାହିଁ  । ସେଠାକାର ଅଲିଖିତ ସହମତି ଅର୍ଥନୈତିକ ବିକାଶ ଉପରେ  । ସେଠାରେ କୌଣସି ରାଷ୍ଟ୍ରୀୟ ଦଳନାହାନ୍ତି ଯେଉଁମାନେ କି ଦ୍ରାବିଡ଼ ସାର୍ବଭୌମତ୍ୱ ଯୁକ୍ତିକୁ ମୁକାବିଲା କରିପାରିବେ  । ସେଠାରେ ଦ୍ରାବିଡ଼ ବନାମ ଦ୍ରାବିଡ଼ ପ୍ରତିଯୋଗିତା ସବୁବେଳେ ଘଟି ଆସିଛି ଯେଉଁଠିକି ରାଷ୍ଟ୍ରୀୟ ଦଳମାନେ ପ୍ରବେଶ କରିପାରୁନାହାନ୍ତି  । 
ତଥାପି ମଧ୍ୟ ଭାଷା ପ୍ରସଂଗ କେବେ ହେଲେ ମଳିନ ପଡ଼ିଯାଇ ନାହିଁ  । ଗତ ମାସ ପଶ୍ଚିମ ବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁବେଳେ କହି ଆସିଛନ୍ତି ଯେ, ବିଜେପି ସବୁବେଳେ ବଂଗଳା କହୁଥିବା ଲୋକଙ୍କୁ ବଂଗଳାଦେଶୀ ବୋଲି ମିଥ୍ୟା ଅଭିଯୋଗରେ ଅଭିଯୁକ୍ତ କରୁଛି  । ଏହି ଅଭିଯୋଗ ହେଉଛି ଗୁଜୁ ଶବ୍ଦଟିକୁ ରୂପ ଦିଆଯାଇଥିଲା ସେମାନଙ୍କୁ ଭୋଟଦାନରୁ ବଂଚିତ କରିବା ପାଇଁ ଏବଂ ଭାରତର ନାଗରିକମାନଙ୍କୁ ଭାରତରୁ ବାହାର କରିଦେବା ପାଇଁ  । ଏହାର ଉତ୍ତରରେ ତୃଣମୂଳ କଂଗ୍ରେସ ଧମକ ଦେଇଥିଲା ଯେ, ପଶ୍ଚିମଂଗରେ କୌଣସି ଭୋଟର ତାଲିକାରେ ସଂଶୋଧନ ହେବ ନାହିଁ  । ମମତା ବାନାର୍ଜୀ କହିଥିଲେ ସଂସଦରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ କେବଳ ବଂଗଳା ଭାଷାରେ କହିବେ  । ବଂଗଳା ଆତ୍ମ ପରିଚୟର ସଂରକ୍ଷଣ  । ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ବଂଗଳା ଆତ୍ମ ପରିଚୟ ହେଉଛି ତାଙ୍କ ଦଳର ମୁଖ୍ୟ ନିର୍ବାଚନ ପ୍ରସଂଗ, ଯେ ପର୍ଯ୍ୟନ୍ତ ଭୋଟ ଗଣନା କରାଯାଇନାହିଁ  ।  
ଗୋଟିଏ ଦାବି ଯେ, ଅମିତ ଶାହାଙ୍କର ହିନ୍ଦୀ ପଲିସି ପ୍ରତି କୋଣରେ ଛପି କରି ଦେଖୁଛି ପ୍ରତ୍ୟେକ ବଂଗଳା କହୁଥିବା ଲୋକଙ୍କୁ ଗିରଫ କରିବା ପାଇଁ  । ଏ ଧରଣର ଯୁକ୍ତି ହେଉଛି ହାସ୍ୟକର  । ଯାହା ହେଉ ଗତ ତିନି ଦଶକ ମଧ୍ୟରେ ସେଠାରେ ଗୋଟିଏ ବର୍ଦ୍ଧିଷ୍ଣୁ ଚିନ୍ତା ରହିଆସିଛି ବେଆଇନ ରୂପେ ବଂଗଳାଦେଶୀ ଅନୁପ୍ରବେଶକାରୀମାନଙ୍କର ତଥା ରୋହିଂଗ୍ୟା ମାନଙ୍କର ଭାରତକୁ ଅନୁପ୍ରେବେଶ ସମ୍ପର୍କରେ  । ଏହା ଆଉ ଏକ କଥା ଯେ, ସେମାନଙ୍କ ମଧ୍ୟରୁ ଅନେକ ନିଜକୁ ଭାରତର ଭୋଟର ତାଲିକାରେ ନାଗରିକ ରୂପେ ପ୍ରଦର୍ଶିତ କରିଛନ୍ତି  । ଧର୍ମନିରପେକ୍ଷ ଦଳ ଓ ଧର୍ମ ସଂଗଠନମାନେ ଏମାନଙ୍କୁ ଗ୍ରହଣ କରିଛନ୍ତି  । ଏଠାରେ ଏକମାତ୍ର ବାଟ ହେଲା ଏହା କରିବା ଯେ, ହରିଆଣାର ଗୁରୁଗ୍ରାମ, ତାମିଲ ନାଡୁର ତିରୁପୁରରେ ବେଆଇନ ଅନୁପ୍ରବେଶ ଭାଷାକୁ ନେଇ କରାଯାଇଛି  । ଯେହେତୁ ହରିଆଣାର ପୋଲିସର କୌଣସି କ୍ଷମତା ନାହିଁ ବଂଗଳା କହୁଥିବା ପଶ୍ଚିମ ବଂଗର ଲୋକ ଓ ବଂଗଳା ଦେଶୀମାନଙ୍କ ମଧ୍ୟରେ ପ୍ରାର୍ଥକ୍ୟ ବୁଝିପାରିବା ନାହିଁ  । ସେଥିପାଇଁ ଅନେକ ବଂଗାଳିମାନଙ୍କୁ ବଂଗଳାଦେଶୀ ଭାବେ ଜେଲକୁ ନିଆଯାଇଛି  । ତେବେ ଯାହାହେଉ ବଂଗଳାଦେଶୀ ରୋହିଂଗ୍ୟା ସମସ୍ୟା ହେଉଛି ଅତି ବ୍ୟାପକ  । ଯେଉଁମାନଙ୍କୁ ବେଆଇନ ଭାବରେ ଗିରଫ କରି ନିଆଯାଇଛି ସେମାନେ ହେଉଛନ୍ତି ସମୁଦ୍ରକୁ ଶଂଖେ  । ତଥାପି ମଧ୍ୟ ଏହା ଘଟିବା ଉଚିତ ନୁହେଁ  । କିନ୍ତୁ ଗୋଟିଏ ଅଳ୍ପ କିଛି ତ୍ରୁଟି ପାଇଁ ଏହାକୁ ବଦଳାଇବା ଉଚିତ ନୁହେଁ ବଡ଼ ଧରଣର ପ୍ରକଳ୍ପମାନଙ୍କ ଠାରୁ  । ପ୍ରାୟ ଏକ ଲକ୍ଷ ବଂଗଳାଦେଶୀଙ୍କୁ ଗତ ୧୨ ମାସ ମଧ୍ୟରେ ସେମାନଙ୍କ ନିଜ ଦେଶକୁ ଠେଲି ଦିଆଯାଇଛି  । ଏ ସମ୍ପର୍କରେ ଢାକା ମଧ୍ୟ ନିରବ ରହିଛି କାରଣ ସତ୍ୟ କ’ଣ ସେମାନେ ଜାଣନ୍ତି  । ଭାଷା ଯୁଦ୍ଧ ଲଢ଼ିବାର ଛଳନା ମଧ୍ୟରେ ଓ ବଂଗାଳୀ ଅସ୍ମିତା ରକ୍ଷା କରିବା ନାଁରେ ମମତା ବାନାର୍ଜୀ ଚେଷ୍ଟା କରୁଛନ୍ତି ତାଙ୍କର ବଂଗାଳିମାନଙ୍କର ସଂଖ୍ୟା ଉପରେ ସବୁ ବେଳେ ଗୋଟିଏ ବିରାଟ ପ୍ରଭାବ ରହୁ  ଏବଂ ପଶ୍ଚିମ ବଂଗଳାଦେଶ ଉପରେ ମଧ୍ୟ ତାଙ୍କର ବ୍ୟାପକ ପ୍ରଭାବ ରହୁ , ଯାହା ବଂଗଳାଦେଶରେ ଅଛି  । ୟୁରୋପରେ ଅନେକ ସମୟରେ ଦେଶାନ୍ତରୀମାନଙ୍କୁ ଥଇଥାନ କ୍ଷେତ୍ରରେ ଅନେକ ନମନୀୟତା ଦେଖାଯାଇଛି, ଯାହା ହେଉଛି ଅସୀମ ଦୟା  । ଏହା ସେଠାକାର ସମାଜକୁ ଅତି କଦର୍ଯ୍ୟ ଭାବରେ ଉପସ୍ଥାପିତ କରୁଛି  । ମଧ୍ୟପ୍ରାଚ୍ୟ ବର୍ତ୍ତମାନ ୟୁରୋପର ଦ୍ୱାରଦେଶରେ ପହଂଚି ଯାଇସାରିଲାଣି  । ଯଦି ଭାରତରେ ତାହା ହିଁ ଘଟେ ସେଠାରେ ଆଉ ଦୁର୍ଗାପୂଜା ହେବ ନାହିଁ, ରବି ଠାକୁର ଓ ସତ୍ୟଜିତ ରାୟଙ୍କୁ କେହି ଆଉ ମର୍ଯ୍ୟାଦା ଦେବେ ନାହିଁ  । ତେଣୁ ବଂଗଳାଦେଶ ଆଗାମୀ ଦିନରେ ଗୋଟିଏ ଭୟପ୍ରଦ ଭବିଷ୍ୟତର ସଂକେତ ଦେବା ଆରମ୍ଭ କରିଛି ଯେଉଁଠି ବଂଗାଳି ସଂସ୍କୃତି ନାମରେ ସବୁ ହିନ୍ଦୁମାନଙ୍କର ସାହିତ୍ୟ, ସଂସ୍କୃତି ଏବଂ ସଭ୍ୟତାକୁ ସମ୍ପୂର୍ଣ୍ଣ ଭାବରେ ଅବମାନନା କରାଯାଉଛି  । 

ମୋବାଇଲ୍ -୯୪୩୭୦୨୦୨୯୦