କୁରୁକ୍ଷେତ୍ରର ଯୁଦ୍ଧଭୂମି
ମାୟାଧର ନାୟକ : ଯୁଦ୍ଧର ଆହ୍ୱାନକୁ କଣ କୌଣସି କ୍ଷତି୍ରୟ ଲଂଘନ କରିପାରେ କେବେ? ପି୍ରୟ ଶିଷ୍ୟ ହୋଇ ସୁଦ୍ଧା ମୋତେ ଗୁରୁ ପରଶୁରାମଙ୍କ ସହିତ ସେଦିନ ନିଜର ଇଚ୍ଛା ବିରୋଧରେ ଯୁଦ୍ଧ କରିବାକୁ ପଡ଼ିଥିଲା । ହାୟ, ସେଦିନ ମଧ୍ୟ ଭୀଷ୍ମ ଥିଲା ଭାଗ୍ୟହତ ସେହି ଅପରାଜେୟ ବୀରପୁରୁଷ! ଏକବିଂଶବାର ସସାଗରା ମେଦିନୀକୁ ନିଃକ୍ଷତି୍ରୟ କରିଥିବା ସେହି ମହାକୋପୀ ବ୍ରାହ୍ମଣ ଏହି ବ୍ରହ୍ମଚାରୀ ନିଃସଂଗ କ୍ଷତି୍ରୟକୁ ପରାଜୟର ପରାଭବ ଦେଇପାରିଲେ ନାହିଁ । ସେଦିନ ହେଲେ ଗୁରୁଙ୍କ ପରଶୁ ଆଘାତରେ ଶିଷ୍ୟର ମୃତୁ୍ୟ ଘଟିଥାନ୍ତା! ମୁଁ ତ ଅନ୍ତଃକରଣରେ ଏହାହିଁ କାମନା କରୁଥିଲି । ମାତ୍ର ତାହା କଣ ମତେ ମିଳିପାରିଲା? ସତରେ ତୁମମାନଙ୍କର ଏହି ଦୁର୍ଭାଗା ପିତାମହର ଦୀର୍ଘଜୀବନ ଏକ ଅସମାପ୍ତ ଅଭିଶାପ - ତା’ ଜୀବନରେ ନା ପ୍ରେମ ନା ମୃତୁ୍ୟ, ଏଯାବତ୍ କୌଣସିଟିର ପ୍ରାପ୍ତିସ୍ୱୀକାର ହୋଇପାରିଲା ନାହିଁ ... କେବଳ ଯୁଦ୍ଧ, ଯୁଦ୍ଧ, ଯୁଦ୍ଧ ... ସେଦିନ ତାକୁ ଯୁଦ୍ଧରେ ପରାଜିତ କରିନପାରି ପରମଗୁରୁ ପରଶୁରାମ େ‘ରିଯାଇଥିଲେ ପୁନରାୟ ତପସାଧନା କରିବାକୁ । କିୟତ୍କ୍ଷଣ ନୀରବ ରହି ଭୀଷ୍ମ ଏଥର କୃଷ୍ଣଙ୍କୁ ପ୍ରଣାମ ମୁଦ୍ରାରେ କର ଯୋଡ଼ି କହିଲେ - ଭଗବନ୍! ଆପଣ ତ ଜାଣନ୍ତି ଅମ୍ବାଙ୍କ ପରଜନ୍ମ ବୃତାନ୍ତ । ପୂର୍ବଜନ୍ମରେ ସେ ଆତ୍ମାହୁତି ଦେଇଥିଲେ ମୋର ମୃତୁ୍ୟ କାମନା କରି । ସେଇ ପ୍ରତିଶୋଧର ଭସ୍ମାଚ୍ଛାଦିତ ବହ୍ନି ଏବେ ବି ତାଙ୍କ ଅଭ୍ୟନ୍ତରରେ ପ୍ରଜ୍ୱଳମାନ । ଏବେ ସେ ଦ୍ରୁପଦଙ୍କ ପୁତ୍ର ଶିଖଣ୍ଡୀ ନାମରେ ପୁନର୍ଜନ୍ମ ପ୍ରାପ୍ତ । ମାତ୍ର ସେ ଜାତିସ୍ମରତ । ପୂର୍ବଜନ୍ମର ପ୍ରତିଶୋଧ ତାଙ୍କର ମନେଅଛି । ବାହ୍ୟତଃ ସେ ପୁରୁଷ ରୂପରେ ପ୍ରତୀତ ହେଲେ ମଧ୍ୟ ତାଙ୍କ ସୂକ୍ଷ୍ମସତାରେ ସେ ହେଉଛନ୍ତି ସେଇ ଅନଳଦଗ୍ଧା ଅନ୍ତଃନାରୀ ... ଅମ୍ବା!
ପାଣ୍ଡବ ପଞ୍ଚଭ୍ରାତା ହତଚକିତ । ସେମାନେ ପିତାମହଙ୍କ ଶ୍ମଶ୍ରୁଳ ମୁଖକୁ ଏକ ଲୟରେ ଚାହିଁ ରହିଥିଲେ କେବଳ ।
ପିତାମହ ଶେଷରେ ପ୍ରକାଶ କଲେ - ହଁ, ସେଇ ଶିଖଣ୍ଡୀ ଯଦି ଯୁଦ୍ଧଭୂମିରେ ମୋ ସମ୍ମୁଖରେ ଉଭା ହୋଇପାରନ୍ତେ, ତା’ହେଲେ ମୁଁ ଅସ୍ତ୍ର ବିସର୍ଜନ ନିମନ୍ତେ ବାଧ୍ୟ । ଏହା ହିଁ ଦେବାଧିଦେବ ମହାଦେବଙ୍କ ଦ୍ୱାରା ନିର୍ଦ୍ଧାରିତ ନିଦେ୍ର୍ଦଶନାମା । ଆଉ ଠିକ୍ ସେହି ନିରସ୍ତ୍ର ମୁହୂର୍ତରେ ହିଁ ଯଦି ଅର୍ଜୁନ ମୋତେ ତୀର ମାରିପାରିବ, ତେବେ ମୋର ଭୂପତନ ସୁସା୍ମ । ମାତ୍ର ମୁଁ ଅସ୍ତ୍ରଧାରଣ କରି ପୁନରାୟ ଯୁଦ୍ଧଭୂମିରେ ଆବିର୍ଭୂତ ହେଲେ ମୋତେ ପରାଜୟ ପ୍ରଦାନ କରିବାର ସ୍ପର୍ଦ୍ଧା ପ୍ରଦର୍ଶନ ଏ ମହୀମଣ୍ଡଳରେ କୌଣସି କ୍ଷତି୍ରୟ ପକ୍ଷରେ ସମ୍ଭବପର ନୁହେଁ । ମୋର ପି୍ରୟ ପୌତ୍ରଗଣ; ଯାଅ, େ‘ରିଯାଅ... ରାତି୍ର ଏବେ ତୃତୀୟ ପ୍ରହର ପରିକ୍ରମା କରୁଛି ... ଯାଅ, ଆସନ୍ତାକାଲିର ପ୍ରଭାତରେ ମୋତେ ମୃତୁ୍ୟରୂପକ ମୋକ୍ଷ ପ୍ରଦାନ କର... ତା’ପରେ ଉଭୟ କୃଷ୍ଣ ଓ ଅର୍ଜୁନଙ୍କୁ ଅନାଇ କହିଲେ - ହେ କରୁଣାମୟ କେଶବ, ଶିଖଣ୍ଡୀ ମୋ ସମ୍ମୁଖରେ ଦୃଷ୍ଟିପଥାରୂଢ଼ ହେବା ମାତ୍ରେ ଆପଣ ଅର୍ଜୁନକୁ ମୋତେ ଶରାଚ୍ଛାଦିତ କରିବା ନିମନ୍ତେ ଅବିଳମ୍ବେ ନିଦେ୍ର୍ଦଶ ଦେବେ । ଆଉ ଅର୍ଜୁନ, ତୁମେ ଅଶ୍ରୁ ସମ୍ବରଣ କର, ତୁମର ପିତାମହ ତୁମ ଧନୁକରୁ ଏଇ ଶ୍ରେଷ୍ଠ ଉପହାର ଆସନ୍ତାକାଲି ନିମନ୍ତେ ଦାବି କରୁଛି ।
ଏଥର କୃଷ୍ଣ ଭୀଷ୍ମଙ୍କୁ ପ୍ରଣାମ କଲେ । କହିଲେ - ହେ ମହାଭାଗ! ହେ ମହାନ୍ କ୍ଷତ୍ରୀ! ଏହି ମୁହୂର୍ତରୁ ଆପଣ କେବଳ କୌରବପାଣ୍ଡବମାନଙ୍କର ପିତାମହ ନୁହନ୍ତି, ଏ ସମସ୍ତ ଭାରତୀୟ ମହାଜାତିର ପୂଜ୍ୟ ପିତାମହ । ସେ ରାତି୍ର ଥିଲା ଗଭୀର ବେଦନାବାହୀ ଏକ ବିଦାୟୀ ବିଷଣ୍ଣ ରାତି୍ର । କୃଷ୍ଣଙ୍କ ସହିତ ପି୍ରୟ ପୌତ୍ରମାନଙ୍କ ପ୍ରତ୍ୟାବର୍ତନ ପଥକୁ ସ୍ନେହାର୍ଦ୍ର ଦୃଷ୍ଟିରେ ଚାହିଁରହିଥିଲେ ଶତଯୁଦ୍ଧର ବିଜୟୀ ବୀର ଭୀଷ୍ମ - ପିତାମହ ଭୀଷ୍ମ - ଦୀର୍ଘକାଳ ପରେ ତାଙ୍କ ମନଶ୍ଚେତନାରେ ମର୍ମରିତ ହେଉଥିଲା ପରମ ପୁଲକିତ ପ୍ରଶାନ୍ତିଭାବର ପବିତ୍ର ପଦାବଳୀ!
ଓଃ - କେତେ କାଳ ପରେ ସେ ମୁକ୍ତିର ମିଷ୍ଟମଧୁର ସଂଗୀତ ଶୁଣିପାରୁଛନ୍ତି! ଶେଷଥର ପାଇଁ ସେ ଅସ୍ତାୟମାନ ନକ୍ଷତ୍ରମାନଙ୍କୁ ନିରୀକ୍ଷଣ କରୁଥିଲେ ... ଭୋର୍ପୂର୍ବର ଶୁଭେଚ୍ଛା ଜ୍ଞାପନ କରୁଥିଲେ ନିଶାଚର ପକ୍ଷୀମାନଙ୍କୁ ... ହଁ, ସେ ଯେପରି ଏଇ ଶେଷଥର ପାଇଁ ଆତ୍ମସ୍ଥ କରିନେଉଥିଲେ ବେଦନାହତ ବସୁନ୍ଧରାର ଏଇ ବିଭାବରୀ ବେଶ!
ହଁ, ମୁଁ କୁରୁକ୍ଷେତ୍ର କହୁଛି ଏଥର ।
ଦଶମ ଦିବସ ଥିଲା ପିତାମହ ଭୀଷ୍ମଙ୍କ ସେନାପତିତ୍ୱର ଶେଷଦିବସ । ସମ୍ମୁଖଭାଗରେ ନପୁଂସକ ଶିଖଣ୍ଡୀଙ୍କୁ ଦେଖି ସେ ଅସ୍ତ୍ରବିସର୍ଜିତ ଅବସ୍ଥାରେ ଭୂପତିତ ହେବା ପୂର୍ବରୁ ଏହି ଶ୍ରେଷ୍ଠ କ୍ଷତି୍ରୟଙ୍କ ଦିବ୍ୟଶରୀରକୁ ଭୂମିସ୍ପର୍ଶ କରିବାର ଅବମାନନାରେ ଲାଂଛିତ ହେବାକୁ ନ ଦେଇ ପି୍ରୟ ପୌତ୍ର ଅର୍ଜୁନ ତାଙ୍କ ପାଇଁ ସସମ୍ମାନ ଯେଉଁ ଶେଷଶଯ୍ୟା ପ୍ରସ୍ତୁତ କରିଥିଲେ, ତାହା ଥିଲା ଶରଶଯ୍ୟା! ଜଣେ ମହାମହିମ କ୍ଷତି୍ରୟଙ୍କ ନିମନ୍ତେ ଏହିପରି ଶେଷଶଯ୍ୟା ହିଁ ଥିଲା ଶ୍ରେଷ୍ଠଶଯ୍ୟା । ଶେଷନିଦ୍ରାର ଶ୍ମଶାନଭୂମି ନୁହେଁ, ଜ୍ୱାଳାଭିଷିକ୍ତ ଜାଗରଣର ଯୁଦ୍ଧଭୂମି ହିଁ ଯଥାର୍ଥରେ ଭୀଷ୍ମଙ୍କ ପରି ଜଣେ ଯୁଗାନ୍ତପୁରୁଷଙ୍କ ଅନ୍ତିମ କ୍ଷେତ୍ର । ସେହି ଅନ୍ତିମ କ୍ଷେତ୍ରର ଏକ ବିଶେଷ ସ୍ଥଳରେ ଏହି ଅମିତ ପରାକ୍ରାନ୍ତ ପୁରୁଷ ଶରଶଯ୍ୟାରେ ଶୋଇ ନିଜ ଦେହାନ୍ତର ମୁହୂର୍ତକୁ ଅପେକ୍ଷା କରିଥିଲେ ଯୁଦ୍ଧର ଶେଷ ଦିବସ ପର୍ଯ୍ୟନ୍ତ । ଯୁଦ୍ଧ ଶେଷରେ ସେ ଯେଉଁଦିନ ସ୍ୱଇଚ୍ଛାରେ ମରଶରୀର ପରିତ୍ୟାଗ କରିଥିଲେ, ସେଦିନ ଥିଲା ମାଘ ଶୁକ୍ଳ ଅଷ୍ଟମୀ । ଏହି ଶରଶଯ୍ୟାରେ ହିଁ ତାଙ୍କୁ ସଂଗୋପନରେ ସାକ୍ଷାତ କରିବାକୁ ଆସିଥିବା ମହାବୀର କର୍ଣ୍ଣଙ୍କ ପ୍ରତି ସେ ପ୍ରଦର୍ଶନ କରିଥିଲେ ପ୍ରଗାଢ଼ ମମତା ଏବଂ ତାଙ୍କୁ ଆଶୀର୍ବାଦ କରି କହିଥିଲେ - ତୁମେ କାଳକାଳକୁ ଅକ୍ଷୟ ଯଶର ଅଧିକାରୀ ହୋଇ ପୃଥିବୀବାସୀ ଭବିଷ୍ୟଦାୟାଦମାନଙ୍କର ଅବିସ୍ମରଣୀୟ ପୂର୍ବପୁରୁଷ ଭାବରେ ପ୍ରତିଭାତ ହେଉଥିବ ।
ଏହି ଶରଶଯ୍ୟାରେ ଶାୟିତ ରହି ସେ ଯୁଧିଷ୍ଠରଙ୍କୁ ପ୍ରଦାନ କରିଥିଲେ ଅଜସ୍ର ଅମୂଲ୍ୟ ଉପଦେଶ ।
ଆମରଣ ଅବିବାହିତ ଏହି ପରମ ବୀରପୁରୁଷଙ୍କୁ ଥରେ ପ୍ରଶ୍ନ ପଚରାଯାଇଥିଲା - ତୁମେ ନିଃସନ୍ତାନ, ତେଣୁ କିଏ ତୁମକୁ ମୃତୁ୍ୟ ପରେ ପିଣ୍ଡ ଦାନ କରିବ?
ସେ ପ୍ରଶ୍ନର ଉତର ସ୍ୱରୂପ ଭୀଷ୍ମ କହିଥିଲେ - ଏ ସଂସାରର ସମସ୍ତ ମନୁଷ୍ୟ ମୋର ସନ୍ତାନ । ସମସ୍ତେ ପିଣ୍ଡ ଦାନ କରିପାରିବେ ମୋତେ ।
ଏଥି ନିମନ୍ତେ ପ୍ରତ୍ୟେକ ହିନ୍ଦୁ ମାଘ ଶୁକ୍ଳ ଅଷ୍ଟମୀ ଦିନ ପିତାମହ ଭୀଷ୍ମଙ୍କୁ ଶ୍ରାଦ୍ଧ ଅର୍ପଣ କରନ୍ତି । କାହିଁ କେଉଁ କାଳର ସେ ସ୍ପଂଦାୟମାନ ସ୍ମୃତିସବୁ ଆଜି ବି ନକ୍ଷତ୍ର ପରି ଉଇଁଆସନ୍ତି ଅନ୍ଧକାରରେ । ଏହି ବୀରଭୋଗ୍ୟା ବସୁନ୍ଧରାରେ ବୀରତ୍ୱର ବହୁ ବୁନିଆଦି ବିଲୀନ ହୋଇଯାଇଥିବାର ପ୍ରତ୍ୟକ୍ଷ କରିଆସିଛି ମୁଁ କୁରୁକ୍ଷେତ୍ର । ପବନରେ, ପତ୍ରପୁଞ୍ଜର ମୃଦୁମର୍ମରରେ, ଶେଷରାତି୍ରର ଶିଶିରପାତର ଶବ୍ଦରେ ମୁଁ ଶୁଣିଛି ମୃତସଭ୍ୟତାର ମର୍ମବିଦାରକ ଶୋକଗୀତି । ହସ୍ତିନା, ଇନ୍ଦ୍ରପ୍ରସ୍ଥଠାରୁ ଆରମ୍ଭ କରି ହରପ୍ପା, ମହେଂଜୋଦାରୋ ପର୍ଯ୍ୟନ୍ତ ଅଜସ୍ର ଭଗ୍ନାବଶେଷ ଭିତରେ ମୁଁ ଅନୁଭବ କରିଛି ଶତ ସଂସ୍କୃତିର ଶେଷନିଃଶ୍ୱାସ!
ମହାଭାରତ ଯୁଦ୍ଧ ପରେ ଭାରତବର୍ଷ ଏକ କ୍ଷାତ୍ରରହିତ କ୍ଷେତ୍ର! ତଥାପି କ୍ଷାନ୍ତ ହୋଇନାହିଁ ଏ ପୃଥିବୀ - ତଥାପି ଯୁଦ୍ଧ ... ବିଗ୍ରହ ... ବିପର୍ଯ୍ୟୟ ଡାକିଆଣୁଛି ନିଜ ପାଇଁ ନିଜେ - ତମାମ୍ ମଣିଷ ଜାତି । ଅତୀତର ଭ୍ରମ ସଂଶୋଧନ ନ କରି ଭବିଷ୍ୟତକୁ ପୁନରାୟ ଭଗ୍ନସ୍ତୂପରେ ପରିଣତ କରିଦେବାର ଚିରଦୁର୍ବାର ଅବଦମିତ ପ୍ରବୃତିର ଅନ୍ତ କେବେ?
ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ସେଦିନର ସୂର୍ଯ୍ୟ ଥିଲା ରାହୁଗ୍ରସ୍ତ । ସେହିଭଳି ଦ୍ୱାରକା ନଗ୍ରର ଆକାଶରେ ବି ଦିନେ ରାହୁର ଛାୟା ସଂଚରିଯାଇଥିଲା ଆମୂଳାନ୍ତ । ଆଉ ଠିକ୍ ତା’ପରେ ଏରକାବନରେ ପରସ୍ପରକୁ ହାଣିକାଟି ଅଚିରେ କ୍ଷୟପ୍ରାପ୍ତ ହୋଇଯାଇଥିଲା ଦୁର୍ଦ୍ଧର୍ଷ ଦୁର୍ଦ୍ଦାନ୍ତ ଯଦୁବଂଶ!
କ୍ଷୟ ମଧ୍ୟରେ ଜୟର କି ନିଷ୍କରୁଣ ରୂପ!
ମହାଭାରତ ଯୁଦ୍ଧ ପରେ ବଂଚି ରହିଥିଲେ ସାତଆଠଜଣ ବୀରପୁରୁଷ ମାତ୍ର! ସେହିପରି ଯଦୁବଂଶନାଶ ପରେ ମଧ୍ୟ ଉପୁଜିଥିଲା ଏକା ଅବସ୍ଥା - ଅତି ଉକ୍ରଟ, ଅତୀବ ଉତ୍ପୀଡ଼କ ସେ ଦାରୁଣ ଦୁରବସ୍ଥା! ମହାବଳୀ ବଳରାମ ଓ ଅବତାର-ପୁରୁଷ କୃଷ୍ଣ ଚିରବିଦାୟ ନେଇଥିଲେ ଏ ଧରାଧାମରୁ । ଦ୍ୱାରକା ନଗ୍ର ସମୁଦ୍ର ଗର୍ଭରେ ନିମଜ୍ଜିତ ହୋଇଯିବାର ଦିନ ଗଣୁଥିଲା ଏହାପରେ! ହଁ, ନିରାଶ୍ରୟ ନାରୀ, ଅନାଥ ଶିଶୁ ଓ ବୃଦ୍ଧମାନଙ୍କୁ ବାଦ୍ ଦେଇ ସେଦିନ ଅବଶିଷ୍ଟ ବୀର ଯାଦବବୃନ୍ଦ ଗୋଟିଏ ନୃଶଂସ ଗୃହଯୁଦ୍ଧରେ ନିପାତ ହୋଇସାରିଥିଲେ...
ବଂଶ, ବୁନିଆଦି, ବୀରତ୍ୱ ... ସବୁ ବିଲୟର ବିକଳ ମୂକସାକ୍ଷୀ ମୁଁ କୁରୁକ୍ଷେତ୍ର ।
ଆଜି ଅନ୍ତଃକରଣରେ ପ୍ରାର୍ଥନା କରୁଛି - ହେ ମର୍ତ୍ତ୍ୟବାସୀ ମନୁଷ୍ୟସନ୍ତାନମାନେ, ପ୍ରତ୍ୟେକ କରାଳ-କରୁଣ ଯୁଦ୍ଧଭୂମିକୁ ତୁମେମାନେ ଆଜିଠାରୁ ଶ୍ୟାମଳ-ସବୁଜ ଶସ୍ୟଭୂମିରେ ରୂପାନ୍ତରିତ କରିବାର ଶପଥ କର । ସବୁ ରକ୍ତକର୍ଦ୍ଦମାକ୍ତ ରଣକ୍ଷେତ୍ରର ରୂପ ବଦଳିଯାଉ ରାଶିରାଶି ଫୁଲ ଫୁଟୁଥିବା ଏକ ଚମକ୍ରାର ଅନିନ୍ଦ୍ୟସୁନ୍ଦର ଉପବନର ଚଟୁଳ ଚେହେରାରେ! ପତ୍ର-ଫୁଲ-ଫଳର ଫର୍ଦପାଠ କରୁ ଏ ପ୍ରତାରିତ ପୃଥିବୀ - ଆଜିଠାରୁ ଏଇ ସଂକଳ୍ପ ଗ୍ରହଣ କର, ହେ ବିଶ୍ୱବାସୀ!
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩