ମହାରାଷ୍ଟ୍ରରେ ପୌରନିର୍ବାଚନ ପୂର୍ବରୁ ସାକ୍ଷାତ କଲେ ଏହି ଦୁଇ ବଡ଼ ନେତା : ୨ ହଜାର କର୍ମଚାରୀଙ୍କୁ ଛଟେଇ ଆରମ୍ଭ
ଆଗକୁ ମହାରାଷ୍ଟ୍ର ପୌରନିର୍ବାଚନ। ନିର୍ବାଚନ ପୂର୍ବରୁ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ରର ଏହି ଦୁଇ ବଡ଼ ନେତା। ଏହି ଦୁଇ ନେତାଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରରେ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଏବଂ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଯଦିଓ ଏହି ସାକ୍ଷାତ ଏକ ବିବାହ ଉତ୍ସବରେ ହୋଇଥିଲା। କିନ୍ତୁ ଏହାକୁ ଆଗାମୀ ପୌର ନିର୍ବାଚନ ସହିତ ଯୋଡା ଯାଉଛି।
ରବିବାର ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ବିବାହ ଉତ୍ସବରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇ କଥାବାର୍ତ୍ତା ହୋଇଥିଲେ। ଏହାକୁ ନେଇ ଆଗାମୀ ପୌର ନିର୍ବାଚନ ପୂର୍ବରୁ ମେଣ୍ଟର ସମ୍ଭାବନା ସମ୍ପର୍କରେ ଆଲୋଚନାର ବିଷୟ ହୋଇଛି। ତଥାପି, ରାଜ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ସାକ୍ଷାତ ବିଷୟରେ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଦିଆଯାଇ ନାହିଁ। କିନ୍ତୁ ମହାରାଷ୍ଟ୍ର ରାଜନୀତିରେ ଏହି ସାକ୍ଷାତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।