ଆଜି ସଂସଦରେ ପାରିତ ହୋଇପାରେ ’ୱାନ୍ -ନେସନ୍ ୱାନ୍ ଇଲେକ୍ସନ’ ବିଲ

 ପାର୍ଲାମେଣ୍ଟର ଚଳିତ ଅଧିବେଶନରେ  ମୋଦି ସରକାର ଆଗତ କରିପାରନ୍ତି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ । ଆଉ ଏହାକୁ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରେ । ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ରାମନାଥ କୋବିନ୍ଦ ଆଣିଥିବା ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇସାରିଛି । ସରକାର ଏହା ଉପରେ ବିସ୍ତୁତ ଆଲୋଚନା ଚାହିଁଛନ୍ତି । ଜେପିସିରେ ଥିବା ବିରୋଧୀ ପକ୍ଷ ସହ ବି ଚର୍ଚ୍ଚା ହେଉ ବୋଲି ସରକାର ଚାହୁଁଛନ୍ତି । ଏହାଛଡା ସବୁ ରାଜ୍ୟର ବାଚସ୍ପତିଙ୍କ ସହ ବି ଏ ନେଇ ଆଲୋଚନା କରାଯାଇପାରେ । ଏହାଛଡା ବୁଦ୍ଧିଜୀବୀ ଓ ସାଧାରଣ ନାଗରିକଙ୍କ ମତାମତ ବି ନିଆଯାଇପାରେ ।  ସରକାର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ  କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ  । କମିଟି ୬୨ ରାଜନୈତିକ ଦଳର ମତାମତ ନେଇଥିଲା । ଏମାନଙ୍କ ମଧ୍ୟରୁ ୩୨ ରାଜନୈତିକ ଦଳ ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ସମର୍ଥନ କରିଥିଲେ। ୧୫ ଦଳ ବିରୋଧ କରିଥିବାବେଳେ ୧୫ ଦଳ କୌଣସି ମତାମତ ଦେଇନଥିଲେ ।  ୨୦୨୪ ଲୋକସଭା ନିର୍ବାଚନ ବେଳେ ଘୋଷଣାପତ୍ରରେ ଏ ନେଇ  ବିଜେପି କାମ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା । ସ୍ବାଧୀନତା ଦିବସ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସମସ୍ତେ ଆଗେଇ ଆସିବାକୁ ଅପିଲ କରିଥିଲେ ।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କାହିଁକି?

- ବାରମ୍ବାର ନିର୍ବାଚନରୁ ମିଳିବ ମୁକ୍ତି
- ବାରମ୍ବାର ନିର୍ବାଚନ ଦ୍ବାରା ବିକାଶରେ ବାଧା ସୃଷ୍ଟି
- ପ୍ରତିବର୍ଷ ନିର୍ବାଚନ ହେବା ଦ୍ବାରା ଅଧିକ ଖର୍ଚ୍ଚ ବଢୁଛି
- ୫ ବର୍ଷ ଧରି ହେଉଥିବା ରାଜନୀତିରେ ପଡିବ ପୂର୍ଣ୍ଣଚ୍ଛେଦ
- ବାରମ୍ବାର ଆଦର୍ଶ ଆଚରଣ ବିଧି ଲାଗୁ ହେବା ଦ୍ବାରା ଶାସନ ବ୍ୟବସ୍ଥା ପ୍ରଭାବିତ 
- ନିର୍ବାଚନ ପରେ କେବଳ ବିକାଶ ଉପରେ ସରକାରଙ୍କର ଫୋକସ ରହିବ
- ପ୍ରଶାସନିକ ବ୍ୟବସ୍ଥା ଉପରେ ରହିବନି ନିର୍ବାଚନ ବୋଝ
- ଭୋଟ ଦେବାକୁ ଲୋକଙ୍କ ମଧ୍ୟରେ ବଢିବ ଆଗ୍ରହ
- ବିଜେପିର ନିର୍ବାଚନୀ ଇସ୍ତାହାରରେ ରହିଛି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ 
- ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର
- ସ୍ଥିର ସରକାର ଗଠନ ଦିଗରେ ଏହା ସହାୟକ ହେବ

ବିଲ୍ ଆସିଲେ କଣ ହେବ?
- ନିର୍ବାଚନ ଖର୍ଚ୍ଚ ଅହେତୁକ ହ୍ରାସ ପାଇବ
- ପ୍ରଶାସନିକ ବ୍ୟବସ୍ଥା ଅଧିକାଂଶ ସମୟରେ ନିର୍ବାଚନ କାର୍ୟ୍ୟରେ ବ୍ୟସ୍ତ ରହିବନି
- ରାଜନୈତିକ ଦଳକୁ ବାରମ୍ବାର ନିର୍ବାଚନ ମୋଡକୁ ଯିବାକୁ ପଡିବନି 
- ଦେଶରେ ଆସିବ ରାଜନୈତିକ ସ୍ଥିରତା
- ସରକାରଙ୍କୁ ନୂଆ ଯୋଜନା ଓ ନୀତି ଲାଗୁ କରିବାରେ ସମସ୍ୟା ସୃଷ୍ଟି ହେବନି
- ଦେଶ ଆର୍ଥିକ ବିକାଶ ଦିଗରେ ଆଗକୁ ବଢିବ