କର୍ମଚାରୀଙ୍କ ଛଟେଇ କଲା Google,ଭାରତକୁ ସ୍ଥାନାନ୍ତର କରିବ ଟିମ୍

କର୍ମଚାରୀଙ୍କ ଛଟେଇ କଲା Google,ଭାରତକୁ ସ୍ଥାନାନ୍ତର କରିବ ଟିମ୍

କୋର୍' ଟିମରୁ ଅତି କମରେ ୨୦୦ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି ଗୁଗଲ୍। ଏପ୍ରିଲ୍ ୨୫ରେ ପ୍ରଥମ ତ୍ରୟମାସିକ ଆୟ ରିପୋର୍ଟ ଆସିବା ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛି କମ୍ପାନୀ। କମ୍ପାନୀ ଆଗକୁ କେତେକ ଟିମକୁ ଭାରତ ଓ ମେକ୍ସିକୋ ସ୍ଥାନାନ୍ତର କରିବ ବୋଲି CNBC ରିପୋର୍ଟ କରିଛି।   

'କୋର୍' ଟିମରୁ କର୍ମଚାରୀ ଛଟେଇ ପୂର୍ବରୁ ଗୁଗଲ୍ ଫ୍ଲଟର, ଡାର୍ଟ ଏବଂ ପାଇଥନ୍ ଟିମରୁ କର୍ମଚାରୀ ଛଟେଇ କରିଥିଲା। ଏହି କର୍ମଚାରୀଙ୍କ ମଧ୍ୟରୁ ଅତି କମରେ ୫୦ ଜଣ ସନ୍ନିଭାଲେ ଓ କାଲିଫୋର୍ନିଆ କମ୍ପାନୀର ଇଞ୍ଜିନିଅର ପଦବୀରେ ଥିଲେ। 

ଗୁଗଲ୍ ଡେଭଲପର୍ ଇକୋସିଷ୍ଟମର ଉପାଧ୍ୟକ୍ଷ ଅସୀମ ହୁସେନ୍ ଗତ ସପ୍ତାହରେ ଛଟେଇ ନେଇ ଘୋଷଣା କରିଥିଲେ। ଚଳିତ ବର୍ଷ ତାଙ୍କ ଟିମ୍ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଯୋଜନା କରୁଥିବା କହିଥିଲେ। ଏହାର କିଛି ଦିନ ପରେ ଇମେଲ୍ ପଠାଇ ଛଟେଇ କରିଛନ୍ତି।