ମାଓ ନେତା ସୁଧାକର ନିହତ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ଗୁଳି ବିନିମୟରେ କୁଖ୍ୟାତ ମାଓ ନେତା ତଥା ମାଓ ସଙ୍ଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଓରଫ ବାଲକ୍ରୀଷ୍ଣା ନିହତ । ସୁଧାକର ଉପରେ ଛତିଶଗଡରେ ୪୦ ଲକ୍ଷର ଇନାମ ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ତାନାମରେ ଲକ୍ଷ ଲକ୍ଷ ଟଙ୍କାର ଇନାମ ରହିଥିଲା । ସୁଧାକର ଚାରି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଏବଂ ମହାରାଷ୍ଟ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ ସହ ସୁଧାକର ବର୍ତ୍ତମାନ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଥିଲା । ତଥ୍ୟ ଅନୁଯାୟୀ ଛତିଶଗଡର ବିଜାପୁରରେ ଥିବା ଜାତୀୟ ଉଦ୍ୟାନରେ ମାଓ ଦମନ ପାଇଁ ଡିଆରଜି ଏବଂ ଏସଟିଏଫର ଯବାନ ମାନେ ତଲାସି ଅଭିଯାନ କରୁଥିଲେ । ଏହି ସମୟରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ ଓ ଗୁଳି ବିନିମୟ ଘଟି ଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟରେ ବହୁ ମାଓବାଦୀ ମୃତାହାତ ହୋଇଥିବା ବେଳେ ଏହି ସମୟରେ ମାଓ ନେତା ସୁଧାକର ମଧ୍ୟ ନିହତ ହୋଇଥିବା ଜଣା ପଡିଛି ।