ମାଓବାଦୀଙ୍କ ଅସ୍ତ୍ର କାରଖାନା ଠାବ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମାଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ର ଶସ୍ତ୍ର ତିଆରି କରିବା କାରଖାନା ଠାବ । ମାଓ ବିରୋଧୀ ଅଭିଯାନରେ କୋବ୍ରା ବାଟାଲିୟନ ଓ ସିଆର୍‌ପିଏଫ୍‌ର ମିଳିତ ଅପରେସନ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ ଥିବା ଜଙ୍ଗଲ ଭିତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଛି । ଏହା ସହ ଅସ୍ତ୍ର ଶସ୍ତ୍ର ତିଆରି ଉପକରଣ ମଧ୍ୟ ଜବତ କରିଛନ୍ତି ସୁରକ୍ଷା କର୍ମୀ । 

ସୂଚନା ମୁତାବକ, ଛତିଶଗଡ଼ରରେ ଅନ୍ତିମ ପର୍ୟ୍ୟାୟ ରେ ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କୁ ମୁଳପୋଛ କରିବା ଲାଗି ସୁରକ୍ଷା କର୍ମୀ ଦିନ ରାତି ଅପରେସନ କରୁଛନ୍ତି । ଏହି ଅପରେସନ୍‌ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ ଥିବା ଜଙ୍ଗଲ ଭିତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି । ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ସାବୁନ ବାକ୍ସରେ ପ୍ୟାକ୍ ହୋଇଥିବା ୨୧ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (ବିଏଲ୍‌ଜି) ବୋମା, ଏକ ଜେନେରେଟର ସେଟ୍, ଲେଦ୍  ମେସିନ୍, ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ ଜରୁରୀ ଚିକିତ୍ସା ସାମଗ୍ରୀ ଜବତ ହୋଇଛି ।