ଇପିଏଫ ପେନ୍ସନ୍ ସଂଘ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର: ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଂ.ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ପୁରୀ ଆଦି ଜିଲ୍ଲାରୁ ରାଜ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ସର୍ବନିମ୍ନ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ ଘୋଷଣା ନ କରିବା ଦ୍ୱାରା ଓଡିଶା ସହ ସାରା ଦେଶର ୮୦ ଲକ୍ଷରୁ ଅଧିକ ଇପିଏଫ ପେନ୍ସନ୍ ଧାରୀ ବରିଷ୍ଠ ନାଗରିକଙ୍କ ପ୍ରତି କେନ୍ଦ୍ରସରକାରଙ୍କ କ୍ରମାଗତ ଅବିଚାର ଓ ଅବହେଳା ବାବଦରେ ଉପସ୍ଥିତ କର୍ମକର୍ତ୍ତା ମାନେ ବକ୍ତବ୍ୟ ରଖିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଆଧାରରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ କର୍ତ୍ତୃପକ୍ଷ ବର୍ଦ୍ଧିତ ପେନସନ ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବାରୁ ନିନ୍ଦା ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କ ଏତାଦୃଶ ବୈମାତୃକ ମନୋଭାବ ପାଇଁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ଚଳିତ ମାସ ୨୯ ତାରିଖରେ ଓଡିଶାର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଗଲା । କେନ୍ଦ୍ର ସରକାରଙ୍କ ଇପିଏଫ ପେନସନର୍ସଙ୍କ ପ୍ରତି ଏତାଦୃଶ ମନୋଭାବ ପାଇଁ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ରତର କରିବାକୁ ସ୍ଥିର କରାଗଲା । ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ୨୪-୨୫ ବର୍ଷର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । ବୈଠକରେ ମୁଖ୍ୟ ଉପଦେଷ୍ଟା ରଞ୍ଜନ ଖୁଣ୍ଟିଆଙ୍କ ସମେତ ପ୍ରଫୁଲ୍ଲ ଦାସ, ଅଗାଧୁ ପ୍ରଧାନ, ପ୍ରକାଶ ପଟ୍ଟନାୟକ, ଅନାଦି ବେହେରା, ମାୟାଧର ନାୟକ, କୃଷ୍ଣଚନ୍ଦ୍ର ମହାନ୍ତି, ବିକ୍ରମ ଛୋଟରାୟ ସରୋଜକାନ୍ତ ମଲ୍ଲିକ, ବସନ୍ତ ଦାସ, ଗୀତାଞ୍ଜଳି ପାତ୍ର, ଉର୍ବଶୀ ମିଶ୍ର, କୈଳାଶ ଚନ୍ଦ୍ର ସାହୁ, ଧୀରେନ୍ଦ୍ର ପ୍ରତାପ, ଅଲେଖ ରାଉତ, ବିଜୟ ନାୟକ, ଦେବେନ୍ଦ୍ର ସାହୁ, ରଘୁନାଥ ବରାଳ, ଅକ୍ଷୟ ରାଉତ ପ୍ରମୁଖ ଉପସ୍ଥିତଥିଲେ । ବୁଲେଇ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।