ମାଷ୍ଟର ମାଇଣ୍ଡକୁ ଗିରଫ କର : ମେୟର

 ମାଷ୍ଟର ମାଇଣ୍ଡକୁ ଗିରଫ କର : ମେୟର

ଭୁବନେଶ୍ୱର: ବିଏମସି ଅଫିସରେ ବୈଠକ କରି ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । ଏହି ଘଟଣାର ମାଷ୍ଟର ମାଇଣ୍ଡ କିଏ, ଜଣାପଡିଛି । ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିବା ଅତ୍ୟନ୍ତ ଆବଶ୍ୟକ । ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ ।   ବିଏମସିରେ ସମସ୍ତେ ଛୁଟିରେ ଅଛନ୍ତି । ଯାହାକୁ ମେୟର ଭାବେ ମୁଁ ସମର୍ଥନ ଜଣାଉଛି ଓ ସେମାନଙ୍କ ସହିତ ରହିଛି ମଧ୍ୟ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । କମିଶନର ନିଜେ କହିଛନ୍ତି ଆଇନର ଉଦ୍ଧ୍ୱର୍ରେ କେହି ବି ନାହାଁନ୍ତି  ।   ଓଏସ୍ ସଂଘ ଛୁଟିରେ ରହିଛନ୍ତି ଯାହାକୁ ମୁଁ ସମର୍ଥନ କରୁଛି ବୋଲି ସେ ମତ ରଖିଛନ୍ତି । ଉପଯୁକ୍ତ ଦୋଷୀକୁ ଦଣ୍ଡ ନମିଳିବା ଯାଏଁ କେହି ବି କାମରେ ଯୋଗ ଦେବେ ନାହିଁ ।  ଏହାଛଡା ବିଏମସିରେ କେହି ବି ନିଜକୁ ସୁରକ୍ଷିତ ମନେ କରୁ ନାହାଁନ୍ତି । ମୁଖ୍ୟ ଅଭିଯୁକ୍ତ ଧରା ନହେବା ଯାଏଁ କେହି ବି କାମରେ ଯୋଗ ଦେବେ ନାହିଁ ବୋଲି କୁହାଯାଇଛି ।